ନୂଆଦିଲ୍ଲୀ: ଶେଷଯାତ୍ରାରେ ରତନ ଟାଟା। ୱର୍ଲି ଅଭିମୁଖେ ମରଶରୀର । ଏନସିପିଏ ଗ୍ରାଉଣ୍ଡରେ ଶେଷ ଦର୍ଶନ ପରେ ଅନ୍ତିମ ଯାତ୍ରା । ଅନ୍ତିମ ଯାତ୍ରାରେ ସାମିଲ ହୋଇଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ । କିଛି ସମୟ ପରେ ୱର୍ଲିରେ ହେବ ତାଙ୍କ ଶେଷକୃତ୍ୟ । ବିଶିଷ୍ଟ ଶିଳ୍ପପତି ପଦ୍ମବିଭୂଷଣ ରତନ ଟାଟାଙ୍କ ପରଲୋକରେ ପୁରା ଦେଶରେ ଶୋକର ଛାୟା । ସେ କେବଳ ଜଣେ ବ୍ୟକ୍ତି ନଥିଲେ, ଥିଲେ ଅନୁଷ୍ଠାନ । ନିଜର ବ୍ୟକ୍ତିତ୍ୱ, ସରଳ ଜୀବନଶୈଳୀ, ପରୋପକାରୀ, ଭଦ୍ର, ମେଳାପି ସ୍ୱଭାବ ପାଇଁ ଖୁବ୍ ପରିଚିତ ଥିଲେ । ଲକ୍ଷ ଲକ୍ଷ ଯୁବ ବ୍ୟବସାୟୀଙ୍କ ପାଇଁ ଥିଲେ ଆଦର୍ଶ । ଦେଶରେ ଷ୍ଟାର୍ଟଅପଗୁଡିକର ବିକାଶ ପାଇଁ ତାଙ୍କର ଯୋଗଦାନ ପ୍ରଶଂସନୀୟ । ସେ ବୁଧବାର ରାତି ୧୧ଟାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ରାଜନୀତି, ଖେଳ, କଳାଜଗତ ସହ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି।