ଜୋର୍ ଧରିଲା ଆରଆଇ ଓ ଅମିନ ପରୀକ୍ଷା ବାତିଲ୍ ଦାବି

କଟକ : ଜୋର୍ ଧରିଲା ଆରଆଇ ଓ ଅମିନ ପରୀକ୍ଷା ବାତିଲ୍ ଦାବି। ମିନ-ଆରଆଇ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଅଭିନବ ପ୍ରତିବାଦ । ଆଡମିଟ୍ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇଲେ ପରୀକ୍ଷାର୍ଥୀ ।କଟକରେ ପ୍ରତିବାଦ କରି ଜିଲ୍ଲାପାଳ ଅଫିସ ଯାଇଥିଲେ ଶତାଧିକ ପରୀକ୍ଷାର୍ଥୀ ।ପରୀକ୍ଷା ବାତିଲ୍ ସହ ପୁନଃ ପରୀକ୍ଷା କରିବା ଦାବିରେ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ।  ଆଡମିଟ୍‌ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇ ବିରୋଧ ପ୍ରଦର୍ଶନ କରିଛନ୍ତି।