ଚୀନର ସ୍ପାଏ ବେଲୁନକୁ ନଷ୍ଟ କଲା ଭାରତ

0

ରିପୋର୍ଟର୍ସ ଟୁଡେ; ଭାରତ ଆକାଶରେ ଚୀନର ବେଲୁନ । ଆକାଶରେ ବେଲୁନ ଦେଖିବା ପରେ ଏହାକୁ ନଷ୍ଟ କରିଛି ଭାରତ । ଚୀନର ସ୍ପାଏ ବେଲୁନ ଭାରତକୁ ଗୁଇନ୍ଦା ପାଇଁ ଆସିଥିଲା । ଯାହାକୁ ନଷ୍ଟ କରାଯାଇଛି । ଖବର ଅନୁଯାୟୀ, ଭାରତର ବାୟୁସେନା ଇଷ୍ଟର୍ଣ୍ଣ ଫ୍ରଣ୍ଟ ନିକଟରେ ପ୍ରାୟ ୫୫ ହଜାର ଉଚ୍ଚ ଆକାଶର ଏକ ସନ୍ଦିଗ୍ଧ ବେଲୁନକୁ ଦେଖିଥିଲେ । ଏହା ଦେଖି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ ଭାରତୀୟ ବାୟୁସେନା । ଆଣ୍ଡମାନ ନିକୋବର ଦ୍ବୀପପୁଞ୍ଜ ନିକଟରେ ଏହା ଉଡି ବୁଲିଥିଲା ବେଳେ ଏହାକୁ ନଷ୍ଟ କରାଯାଇଛି ।ବିଶେଷ କିଛି ବିଶାଳ ଅଂଚଳ ଉପରେ ନଜର ରଖିବାକୁ ଗୁଇନ୍ଦା ବେଲୁନର ବ୍ୟବହାର କରାଯାଇଥାଏ । ଆମେରିକାରେ ଏଭଳି କିଛି ବେଲୁନ ଉଡି ବୁଲିଥିବା ଏହାକୁ ନଷ୍ଟ କରିଥିଲେ ଆମେରିକା ସେନା ।ଏହାର ଆକାର ଠିକ ଭାରତରେ ଉଡିବୁଲୁଥିଲା ବେଲନ ସହ ସାମଞ୍ଜସ୍ୟ ରହିଛି ବୋଲି ଜଣାପଡିଛି । ଏହାକୁ ଧ୍ବଂସ କରିବାକୁ ଆମେରିକା ବାୟୂସେନା ଏଫ -୨୨ ରେପ୍ର ଫାଇଟର ଜେଟ ବ୍ୟବହାର କରତଥିଲା । ଦକ୍ଷିଣ କେରୋଲିନ ଏହା ଉଡି ବୁଲୁଥିଲା ।