ଭୁବନେଶ୍ୱର;ଏସବୁ ଅଭିଯୋଗ କପୋଳ କଳ୍ପିତ। ବିଜେଡି ଆଭିମୁଖ୍ୟ କଂଗ୍ରେସ ଆଭିମୁଖ୍ୟ ଅଲଗା। ସତକୁ ସାମ୍ନା କରି ପାରୁନାହାନ୍ତି ବିଜେପିକୁ ନେତା। ସରକାର ନିଜକୁ ଶିଶୁ ବୋଲି କହୁଛନ୍ତି, ନିଜ ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଥିବାରୁ ଏଭଳି ମିଛ କଥା କହୁଛନ୍ତି। ବିଜେଡି – ବିଜେପି ପୂର୍ବରୁ ମିଶିକି ଥିଲେ, ଏବେବି ସେହି ମାନସିକତାରେ ଅଛନ୍ତି। ବିଜେଡି ଏବେବି ବିଜେପି ସହ ଅଛି। ଜାତୀୟ ସ୍ତରରେ ବିଭିନ୍ନ ଆଞ୍ଚଳିକ ଦଳ ଇଣ୍ଡି ମେଣ୍ଟ ସହ ଅଛନ୍ତି। ବିଜେଡି ମିଶିବ କି ନାହିଁ ସେ କଥା ହାଇକମାଣ୍ଡ ବିଚାର କରିବେ।କଂଗ୍ରେସ ସମସ୍ତଙ୍କୁ ନେଇ ଚାଲିବାର ମାନସିକତା ଅଛି। ଯେହେତୁ କଂଗ୍ରେସ ଜାତୀୟ ଦଳ ବୃହତ୍ ଦଳ ସମୟ ପଡ଼ିଲେ କଂଗ୍ରେସ ବିଜେଡିକୁ ଚଲେଇପାରେ।ବିଜେଡି ଆଞ୍ଚଳିକ ଦଳ ହୋଇ କିପରି କଂଗ୍ରେସ କୁ ଚଲାଇବ ବୋଲି ପ୍ରଶ୍ନ କରିଛନ୍ତି।