ଲ୍ୟାଣ୍ଡିଂ ବେଳେ ବିମାନରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଅଳ୍ପକେ ବର୍ତ୍ତିଗଲା ଅନେକ ଯାତ୍ରୀଙ୍କ ଜୀବନ । ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ ।  । ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଉଦ୍ଧାରକାର୍ଯ୍ୟ ତ୍ଵରାନ୍ବିତ କରିଥିଲେ। ଏଭଳି ଏକ ଘଟଣା ଘଟିଛି ଲାସ୍‌ ଭେଗାସ୍‌ର ହ୍ୟାରି ରେଡ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ। ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ । ସୁରକ୍ଷିତ ଭାବେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।

ସୂଚନା ଅନୁସାରେ, ବିମାନଟି ୧୯୦ ଯାତ୍ରୀଙ୍କୁ ନେଇ ସାନ୍‌ ଡିଏଗୋରୁ ଆସିଥିଲା। ହ୍ୟାରି ରେଡ୍ ବିମାନବନ୍ଦରରେ ଅବତରଣ କରିବା ପରେ ପରେ ହଠାତ ନିଆଁ ଲାଗି ଯାଇଥିଲା। ତୁରନ୍ତ ବିମାନବନ୍ଦର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଉଦ୍ଧାରକାରୀ ଦଳ ବିମାନରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ।