ନୂଆ ଆଳୁ ମିଶନ ନେଇ କୃଷି ମନ୍ତ୍ରୀଙ୍କ ପ୍ରତିକ୍ରିୟା : ରାଜ୍ୟରେ ଆଳୁ ଉତ୍ପାଦନ ପାଇଁ ସରକାର ଚେଷ୍ଟିତ

ଭୁବନେଶ୍ୱର: ନୂଆ ଆଳୁ ମିଶନ ନେଇ କୃଷି ମନ୍ତ୍ରୀ ଦେଲେ ପ୍ରତିକ୍ରିୟା ।  ଗତ ସରକାର ଆଳୁ ମିଶନ କରିଥିଲେ ଯାହା ଫେଲ ହୋଇଥିଲା ।   ବର୍ତ୍ତମାନର ସରକାର ରାଜ୍ୟରେ ଆଳୁ ଉତ୍ପାଦନ ଅଧିକ ପାଈଁ ଚେଷ୍ଟା କରୁଛନ୍ତି । ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କୁ ଆଳୁ ବିହନ ଯୋଗାଇ ଦିଆଯିବ ।   ବିହନ ସମୟ ସୀମା ଭିତରେ ଦିଆ ଯାଉ ନଥିଲା ।  ଜାନୁଆରିରେ ଆଳୁ ଅମଳ ସମୟରେ ଦିଆଯାଉଥିଲା ।   ସେଥିପାଇଁ ଆଳୁ ମିଶନ ଫେଲ ମାରିଥିଲା ।  ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ଆସିବ ଆଳୁ ବିହନ ।    ହାଇବ୍ରିଡ଼ ଶୀତଳ ଭଣ୍ଡାର ପାଈଁ ପିପିପି ମୋଡ଼ରେ ଲୋକଙ୍କୁ ପ୍ରସ୍ତାବ ଦିଆଯାଇଛି ।  ସବୁ ସବ ଡିଭିଜନରେ ଶୀତଳ ଭଣ୍ଡାର ହେବ । ଅନେକ ଲୋକ ଆବେଦନ ବି କରିଛନ୍ତି।  ନୂଆ ଟେକ୍ନୋଲୋଜି ଭିନ୍ନ ଭିନ୍ନ ତାପମାତ୍ରାରେ ବିଭିନ୍ନ ପରିବ କିଭଳି ରଖି ପାରିବ। ସେ ନେଇ ବିଭାଗ ତର୍ଜମା କରୁଛି।  ଶୀତଳ ଭଣ୍ଡାରର ଭଡା କେମିତି ଅଧିକ ନହେବ ସେ ନେଇ ବି ତର୍ଜମା ହେଉଛି। ଉଦ୍ୟନକୃଷି ନିର୍ଦେଶକଙ୍କ ନେତୃତ୍ୱରେ ଗୋଟିଏ ଟିମ କଲିକତା ଯାଇଛନ୍ତି।  ଏହି ଟିମ ପଶ୍ଚିମ ବଙ୍ଗ ଶୀତଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବେ।