ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କଲେ CHSE ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା

ଭୁବନେଶ୍ୱର;ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କଲେ CHSE ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା । ଏଥର ଯୁକ୍ତ ଦୁଇ ପରୀକ୍ଷା ଦୁଇ ଭାଗରେ ହେବ । ଇଣ୍ଟରନାଲ ଓ ମେନ ପରୀକ୍ଷା । ଇଣ୍ଟରନାଲ ଡ଼ିସେମ୍ବର ୨୬ ରୁ ୩୦ ଯାଏଁ ହେବ, ଜାନୁଆରୀ ୨ ରୁ ୧୨ ଭିତରେ ହେବ ପ୍ରାକ୍ଟିକାଲ ପରୀକ୍ଷା, ଫେବୃଆରୀ ୧୫ ରୁ ମାର୍ଚ୍ଚ ୨୦ ଭିତରେ ମେନ ପରୀକ୍ଷା ହେବ ।  ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ। ଫର୍ମ ଫିଲ ଅପ ଚାଲିଛି ଜ୍ଝ ଯେଉଁମାନେ କରି ନାହାନ୍ତି, ଫାଇନ ଡେଟରେ କରିବେ।  ୭୫% ଉପସ୍ଥାନ ନଥିଲେ, ମିଳିବନି ଆଡମିଟ କାର୍ଡ। କିଛି କଲେଜରେ ଯେଉଁଠି ପିଲାମାନଙ୍କ ଉପସ୍ଥାନ କମ ଥିବ, ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରନ୍ତୁ ।