୨୦ ଫୁଟ ତଳକୁ ଓଲଟିଲା ତୀର୍ଥ ଯାତ୍ରୀ ବସ: ୪ ମୃତ, ୧୭ ଗୁରୁତର

ଜଳେଶ୍ଵର : ଅଧୁରା ରହିଗଲା ଜଗା ଦର୍ଶନ । ଭାରସାମ୍ଯ ହରାଇ ୨୦ ଫୁଟ ତଳକୁ ଓଲଟିଲା ତୀର୍ଥ ଯାତ୍ରୀ ବସ। ଦୁର୍ଘଟଣା ରେ ୪ ମୃତ, ୧୭  ଗୁରୁତର । ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶର ସିଦ୍ଧାନ୍ତ ନଗର  ଜିଲ୍ଲା ବଳରାମ ପୁରରୁ କ୍ରିଷ୍ଣା ନାମକ ତୀର୍ଥଯାତ୍ରୀ ବସ ୫୭ ଜଣ ତୀର୍ଥ ଯାତ୍ରୀଙ୍କୁ ନେଇ କୋଲକାତା ହୋଇ ଜଗା ଦର୍ଶନ କରିବାକୁ  ପୁରୀ ଯାଉଥିବା ବେଳେ ଜଳେଶ୍ଵର ଥାନା  ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଏକତାଳି ନିକଟରେ ବିଳମ୍ବିତ ରାତି ରେ ବସ ଟି ଭାରସାମ୍ଯ ହରାଇ ଜାତୀୟ ରାଜପଥର ୨୦ ଫୁଟ ତଳକୁ ଓଲଟି ପଡି ଥିଲା।

 ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ଯାନ , ଜଳେଶ୍ବର ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି କଟର ଓ କ୍ରେନ୍  ସାହାଯ୍ୟ ରେ ବସ୍ କୁ କାଟି ଚାପି ରହିଥିବା ଲୋକଙ୍କୁ  ଉଦ୍ଧାର  କରିଥିଲେ । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୭ ଜଣଙ୍କୁ  ଗୁରୁତର ଅବସ୍ଥାରେ ଜଳେଶ୍ଵର ଓ ବାଲେଶ୍ଵର ମେଡିକାଲ କୁ ସ୍ଥାନାନ୍ତର କରିଥିବା ବେଳେ, ତିର୍ଥ ଯାତ୍ରୀ ଏଜେଣ୍ଟ, ଡ଼୍ରାଇଭର, ହେଲ୍ପର ଓ କଣ୍ଡକ୍ଟରକୁ ଅଟକ ରଖି ଅଧିକ  ତଦନ୍ତ ଜାରି ରଖିଛି ଜଳେଶ୍ଵର ପୋଲିସ।