ସାଂସଦ ନବ ଚରଣ ମାଝୀଙ୍କ ଦ୍ଵାରା ପ୍ରଦୂଷଣ ମୁକ୍ତ ଭାରବାହି ବ୍ୟାଗ ଶିଳ୍ପାନୁଷ୍ଠାନ ଉଦଘାଟିତ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ପଞ୍ଚାୟତ ର ପାତେପାଣି ଗ୍ରାମ ରେ ଆଜି ମୟୁରଭଞ୍ଜ ର ମାନ୍ୟବର ସାଂସଦ ନବ ଚରଣ ମାଝୀ ଙ୍କ ଦ୍ଵାରା ପ୍ରଦୂଷଣ ମୁକ୍ତ ଭାରବାହି ବ୍ୟାଗ ଶିଳ୍ପାନୁଷ୍ଠାନ ଉଦଘାଟିତ ହୋଇଯାଇଅଛି।ପ୍ଲାଷ୍ଟିକ ଦ୍ୱାରା ପ୍ରସ୍ତୁତ ପଲିଥିନ ବ୍ୟାଗ, ଝୁଲା ବ୍ୟାଗ ଏବଂ ଅନ୍ୟାନ ସାମଗ୍ରୀ ଯୋଗୁଁ ପ୍ରଦୁର୍ଷଣ ମାତ୍ର ହୁ ହୁ ହୋଇ ବଢି ଚାଲିଛି। ଏହା ମଧ୍ୟ ମାଟିରେ ମିଶୁ ନାହିଁ। ପାଣି ରେ ପୋଡି ବିଷାକ୍ତ ହେଉଛି। ଯାହା ଯୋଗୁଁ ନଦୀ, ନାଳ, ଜଳବାୟୁ ସବୁଠୀପ୍ରଦୂଷଣ। ନାଳରେ ପିଲାଷ୍ଟିକ ଅଳିଆ ଜିନିଷ ପଡୁଥିବାରୁ ନାଳ ବର୍ଷା ଦିନେ ଯାମ ରହୁଛି ଓ ଜଳ ନିଷ୍କାସନ ନ ହୋଇ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। କିଛି କିଛି ଜାଗାରେ ପିଲାଷ୍ଟିକ କୁ ପୋଡ଼ା ଯାଉଥିବାରୁ ବାୟୁମଣ୍ଡଳ ପ୍ରଦୂଷଣ ହେଉଛି। ବାଡି, ବାଗିଚ, ଜଙ୍ଗଲ ନଷ୍ଟ ହେଉଛି। ମାଟିର ଉର୍ବରତା କମୁଛି। ପ୍ରଦୂଷଣ, ପରିବେଶ ସୁରକ୍ଷା, ଜଳବାୟୁ ଉତ୍ତାପ ପାଇଁ ସାରା ବିଶ୍ଵ ଚିନ୍ତିତ। ଜନ ବିଷ୍ଫରଣ ଭାରତ ବର୍ଷ ରେ ପ୍ଲାଷ୍ଟିକ ବ୍ୟବହାର ସବୁଠି ବେଶୀ। ଏଠୀ ସମସ୍ତେ ଅମାନିୟା। ତେଣୁ ଏଥିରୁ ପ୍ଲାଷ୍ଟିକ ବ୍ୟବହାର ରୁ ରକ୍ଷା ପାଇବା ପାଇଁ ନୋ ପଲିଥିନ ବ୍ୟାଗ ବ୍ୟବହାର ରୁ ରକ୍ଷା ପାଇବା ପାଇଁ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ  ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ ପାତେପାଣି ଗ୍ରାମ ରେ ଯୁବ ପରିବେଶବିତ୍ ତଥା ଉଦ୍ୟଗପତି ବାପୁନ୍ ମହାନ୍ତ ଓ ତାଙ୍କ ପତ୍ନୀ ପ୍ରଗତିକା ମହାନ୍ତ ଭାରତ ସରକାରଙ୍କ ପିଏମଜିଇପି ଯୋଜନା ରେ କ୍ଷୁଦ୍ରପ୍ରଦୂର୍ଷଣ ମୁକ୍ତ ଭାରବାହି ବ୍ୟାଗ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି। ଏହାକୁ ମୟୁରଭଞ୍ଜ ମାନ୍ୟବର ସାଂସଦ ନବ ଚରଣ ମାଝୀ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ତାଙ୍କ ସହିତ ବିଜେପି ର ବରିଷ୍ଠ ନେତା ପ୍ରଦୀପ ରାଉତ ଏବଂ ଶିବୁ ଅଗରବାଲ ଥିଲେ। ରାଇରଙ୍ଗପୁର ପୌରାଧିକାରି ରମେଶ ଚନ୍ଦ୍ର ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବମନଘାଟି ଉପଖଣ୍ଡ ରେ ଏହା ପ୍ରଥମ କରି ପ୍ରତିଷ୍ଠା କରାଯାଇଛି। ଯୁବ ଉଦ୍ୟୋଗପତି ବାପୁନ୍ ମହାନ୍ତଙ୍କୁ ସାବାସି ଦେଇଛନ୍ତି। ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ ପରିବେଶ ସୁରକ୍ଷା ଓ ସନ୍ତୁଳନ ଉପରେ ଗୁରୁତ୍ବ ଦେଇଥିଲେ। ସମସ୍ତେ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର ରୁ ନିବୃତ୍ତ ରହିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ଯୁବ ଉଦ୍ୟୋଗପତି ଜଣେ ପରିବେଶବିତ୍।ତାଙ୍କର ଦୀର୍ଘ ବର୍ଷ ର ସପ୍ନ  ଥିଲା ଯେ ସେ କିଭଳି ଲୋକଙ୍କୁ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର ରୁ ଦୂରେଇ ରଖିବେ। ସେ ଏଥିପାଇଁ ବିଭିନ୍ନ ସ୍ଥାନ ରେ ନୋ ପ୍ଲାଷ୍ଟିକ କାର୍ଯ୍ୟକ୍ରମ ସଭା ସମିତି କରି ଲୋକ ମାନଙ୍କୁ ସଚେତନତାର ବାର୍ତାଦେଉଥିଲେ।