ଭୁବନେଶ୍ୱର: ଓଡିଶାରେ ପ୍ରସ୍ତାବିତ ଇଭି ଓ ବ୍ୟାଟେରୀ ପ୍ରକଳ୍ପରୁ ଓହରିଲା JSW ! ଓଡିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ JSW ମହାରାଷ୍ଟ୍ରକୁ ନେଇଯିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ଏନେଇ ଏହାକୁ ଖଣ୍ଡନ କରିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ସେ କହିଛନ୍ତି , ସେମାନେ ଓଡିଶା ଛାଡିବା ସମ୍ପର୍କରେ ଫାଇନାଲ ହୋଇନି । ଆଉ କମ୍ପାନୀ ତାର ପ୍ରକଳ୍ପ ସିଫ୍ଟ କରିବା ନେଇ ମଧ୍ୟ କୌଣସି ସୂଚନା ନ ଥିବା ଶିଳ୍ପ ମନ୍ତ୍ରୀ କହିଛନ୍ତି ।
ସୂଚନା ଅନୁଯାୟୀ, ଗତ ୭ ମାସ ତଳେ ବିଜେଡି ସରକାର ଥିବା ବେଳେ JSW କମ୍ପାନୀ ଓଡିଶା ରେ ପ୍ରତିଷ୍ଠା ନେଇ ଚୁକ୍ତି କରିଥିଲା । ଏହାସହ ୪୦ ହଜାର କୋଟି ନିବେଶରେ ଓଡିଶାରେ ପ୍ଲାଣ୍ଟ ପାଇଁ ଚୁକ୍ତି କରିଥିଲା । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ମଧ୍ୟ ହୋଇଥିଲା କିନ୍ତୁ ଏବେ କମ୍ପାନୀ ଏବେ ଏହି ପ୍ରକଳ୍ପକୁ ଓଡିଶାରେ କରିବାକୁ ପଛଘୁଞ୍ଚା ଦେଇଛି । ଓଡିଶା ବଦଳରେ ଏବେ କମ୍ପାନୀ ମହାରାଷ୍ଟ୍ରରେ କରିପାରେ ବୋଲି କୁହାଯାଉଛି । ତେବେ ଏହି ଚର୍ଚ୍ଚାକୁ ନେଇ JSW ତାର ପ୍ରତିକ୍ରିୟା ରଖି କହିଛି , ଜମି ଦେଲେ ପ୍ଲାଣ୍ଟ କରିବୁ କହି ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲା JSW । ସରକାର ଜମି ଅଧିଗ୍ରହଣ କରି ଦେଲେ ଆମେ ପ୍ଲାଣ୍ଟ କରିବୁ କହିଲେ JSW ବରିଷ୍ଠ ଅଧିକାରୀ । ଏହା ସହ ସେ କହିଛନ୍ତି ‘ ଜମି ମିଳିବାର ୨ ବର୍ଷ ମଧ୍ୟରେ ଆରମ୍ଭ ହେବ ଇଭି ଉତ୍ପାଦନ’ ।