କ୍ଷଣିକ ପୋଖରୀ ଭିତରେ ଛିଡା ହୋଇଛି କାର : ଗାଡ଼ିରୁ ବାହାରିଲେ କେନ୍ଦ୍ରମନ୍ତ୍ରୀ

ବ୍ୟୁରୋ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଜଣେ ବିଶିଷ୍ଟ ନେତା ଶିବରାଜ ସିଂ ଚୌହାନ ନିକଟରେ ଝାଡ଼ଖଣ୍ଡ ଗସ୍ତ ସମୟରେ ବର୍ଷାରେ ଭିଜୁଥିବା କାଦୁଅ ରାସ୍ତାରେ ତାଙ୍କ ଗାଡି ଟି ଫସିଯାଇଥିଲା । ପ୍ରବଳ ବର୍ଷା ମଧ୍ୟରେ ସେ ବାହାରାଗୋରା ଠାରେ ଏକ ଜନସମାବେଶକୁ ଯାଉଥିବାବେଳେ ଏହି ଘଟଣା ଘଟିଥିଲା। ଘଟଣା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଶ୍ରୀ ଚୌହାନଙ୍କ ଗାଡି ବର୍ଷାରେ ସୃଷ୍ଟି କ୍ଷଣିକ ପୋଖରୀ ଭିତରେ ଛିଡା ହୋଇଛି ଓ ଗାଡି ରୁ ଚୌହାନ ବାହାରକୁ ଆସୁଛନ୍ତି ।

ଏହି ଅସୁବିଧାର ସମ୍ମୁଖୀନ ହେବ ପରେ ଜନ ସମାବେଶରେ କେନ୍ଦ୍ରମନ୍ତ୍ରୀ କଥା ଦେଇଛନ୍ତି ଝାଡ଼ଖଣ୍ଡରେ ପରିବର୍ତ୍ତନ ଆଣିବେ । ସେ ମନ୍ତବ୍ୟ ଦେଇଛନ୍ତି, “ପ୍ରବଳ ବର୍ଷା ଏବଂ ବଜ୍ରପାତ ସତ୍ତ୍ୱେ, ପରିବର୍ତ୍ତନ ପାଇଁ ସଂକଳ୍ପବଦ୍ଧ।” ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିଜର ଆଶା ବ୍ୟକ୍ତ କରି କହିଛନ୍ତି, “ଅନ୍ଧକାର ହଟିବ, ସୂର୍ଯ୍ୟକିରଣ ହେବ ଏବଂ ଝାଡ଼ଖଣ୍ଡରେ ପରିବର୍ତ୍ତନ ଆସିବ।”
ପ୍ରତିକୂଳ ପାଗରେ ଜନତାଙ୍କ ପାଖରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ଶିବରାଜ ସିଂ ଚୌହାନ ଜନସାଧାରଣଙ୍କ ପାଖରେ ପହଞ୍ଚିବା ଏବଂ ସଂକଳ୍ପ ବଳବତ୍ତର ରଖିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।