ଭୁବନେଶ୍ୱର: ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ । ଚାରିଆଡେ ପଡିଛି କୁଢ କୁଢ ଆବର୍ଜନା । କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରିଥିବା ଯୋଗୁଁ ଏଭଳି କିଛି ସ୍ଥିତି ଉପୁଜିଛି। ଯାହାଫଳରେ କି କ୍ୟାପିଟାଲ ହସ୍ପିଟାଲ ପରିସରରୁ ଉଠୁନି ଅଳିଆ । ଦୁର୍ଗନ୍ଧରେ ଫାଟୁଛି ପୁରା କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସ ।
ସୂଚନା ଅନୁଯାୟୀ, ବିଭିନ୍ନ ଦାବି ନେଇ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲର ଶହ ଶହ ସଫେଇ କର୍ମଚାରୀ । ଯାହାଫଳରେ ଏଣେ ତେଣେ ପଡିରହିଛି ଅଳିଆ ଆବର୍ଜନା । ହସ୍ପିଟାଲ ପରିସର ଦୁର୍ଗନ୍ଧରେ ଫାଟୁଛି । ଦଶହରା ବୋନସ ଓ ମାସିକ ୨୬ ଦିନ ବଦଳରେ ୩୦ ଦିନର ଦରମା ଦେବା ଦାବିରେ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।