ବ୍ୟୁରୋ : ଆଜି ଓଡିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର ସୁନା କିଣିବା ପୂର୍ବରୁ ଜାଣିରଖନ୍ତୁ । ଆଜି ଭାରତୀୟ ବଜାରରେ ୨୨କ୍ୟାରେଟର ସୁନା ଦର ୧୦ ଗ୍ରାମ ପ୍ରତି ୬୯ହଜାର ୬୦୦ଟଙ୍କା, ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୭୫ ହଜାର ୯୩୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨କ୍ୟାରେଟ ସୁନା ଦର ୬୯,୬୦୦ ହୋଇଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୫, ୯୩୦ ଟଙ୍କାରେ ପହଞ୍ଚିଛି । ଆଜି ହିଁ ୨୪ କ୍ୟାରେଟ ସୁନା ୮୨୦ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୭୫୦ ଟଙ୍କା ୨୪ ଘଣ୍ଟାରେ ପରିବର୍ତ୍ତନ ହୋଇଛି ।
ପ୍ରକାଶ ଥାଉ କି, ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୯, ୬୦୦ ଟଙ୍କା ଓ ୭୫,୯୩୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୯, ୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୫,୯୩୦ ଟଙ୍କା ଥିବା ରେକର୍ଡ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୯, ୬୦୦ ଟଙ୍କା ଓ ୭୫,୯୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୯,୬୦୦ ଟଙ୍କା ଓ ୭୬, ୬୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ଦର ମଧ୍ୟ ୫୦୦ ଟଙ୍କା ବୃଦ୍ଧି ହୋଇଛି । ବର୍ଦ୍ଧିତ ଦର ଅନୁଯାୟୀ ରୁପା ଦର କେଜି ପ୍ରତି ୯୩,୦୦୦ ଟଙ୍କା ହୋଇଛି ।