ଆଗକୁ ରିଲିଫ କୋଡର ନାମ ପରିବର୍ତ୍ତନ ହେବ;ସୁରେଶ ପୂଜାରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

0

ଭୁବନେଶ୍ୱର;ଦୁଇଟି ପର୍ଯ୍ୟାୟ ଲଘୁଚାପ ବର୍ଷାରେ ୨୦ ଜିଲ୍ଲା କ୍ଷୟକ୍ଷତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଓ କୋରାପୁଟ ରେ କ୍ଷତି ହେଲା ଓ ଦ୍ଵିତୀୟ ପର୍ଯ୍ୟାୟର ମୟୁରଭଂଜ, ବାଲେଶ୍ଵର ଓ କିଛିକାଂଶ ରେ ଭଦ୍ରକ ରେ କ୍ଷତି ହୋଇଚି। ଅଧିକ କ୍ଷତିଗ୍ରସ୍ତ ବାଲେଶ୍ଵର ଜିଲ୍ଲା ହୋଇଚି। ଝାରଖଣ୍ଡ ରୁ ପାଣି ଆସିବା ଫଳରେ ମୟୁରଭଂଜ ଓ ବାଲେଶ୍ଵର କୁ କ୍ଷତିଗ୍ରସ୍ତ କରୁଚି। ଝାରଖଣ୍ଡ ବନ୍ଧର ମୂଳ ସମସ୍ୟା ହେଉଚି ତାହା ଏବେବି ସଂପୂର୍ଣ୍ଣ ହୋଇନାହିଁ। ବନ୍ଧ ର ଉପରମୁଣ୍ଡରେ ଲୋକେ ବସବାସ କରୁଥିବାରୁ ବନ୍ଧ କାନ୍ଥ ର ଉଚ୍ଚତା ବଢ଼ିପାରୁନାହିଁ। ଏଣୁ ବଳକା ପାଣି ସବୁ ମୟୁରଭଂଜ ଓ ବାଲେଶ୍ଵରରେ ପଶି କ୍ଷତି କରିଲା। ପୂର୍ଣୀମା ଯୋଗୁଁ ପାଣି ଖସିବା ବିଳମ୍ବ ହେଲା। ଏବେ ପାଣି ଖସୁଛି। କୌଣସି ସ୍ଥାନ ବ୍ୟାପକ କ୍ଷୟକ୍ଷତି ହୋଇନାହିଁ। କିଛି ଘର ଆଂଶିକ ଭାଙ୍ଗିଛି କିଛି ପୁରା ଭାଙ୍ଗିଛି। ଚାଷ ଜମି ଭାଙ୍ଗିଛି। ସେ ସବୁ ର କ୍ଷୟକ୍ଷତି ଆକଳନ ହୋଇନାହିଁ। ଆମେ ସବୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛି ୭ ଦିନ ଭିତରେ ସେମାନେ ରିପୋର୍ଟ ଦେବେ। ରିପୋର୍ଟ ପାଇଲା ମାତ୍ରେ କ୍ଷୟକ୍ଷତି ଦିଆଯିବ। କେହି ଜଣେ ଯେମିତି ବାଦ୍ ନ ପଡନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଛି। ଆକଳନ ସମୟରେ କେହି ଜଣେ ହିତାଧିକାରୀ ଯଦି ବାଦ୍ ପଦେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଆଗକୁ ରିଲିଫ କୋଡ ର ନାମ ପରିବର୍ତ୍ତନ ହେବ। ଏବେ ସହାନୁଭୂତି ରାଶି କୁହାଯାଉଛି, ଏହାକୁ ଅଧିକାର ରାଶି କୁହାଯିବ। ଏହାକୁ ବିପର୍ଯ୍ୟୟ ଅଧିକାର ଆଇନ ବୋଲି କୁହାଯିବ।