ବାଲେଶ୍ୱର; ଭିଜିଲାନ୍ସ ପଞ୍ଝାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ଏକକାଳୀନ ୧୧ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ । ତେବେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ ଭି ହରିହର ରାଓଙ୍କ କାର୍ଯ୍ୟାଳୟ ଓ ଏବଂ ସରକାରୀ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ। ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ଚଢାଉ।ବାଲେଶ୍ଵର, ଭୁବନେଶ୍ଵର, ବ୍ରହ୍ମପୁର, କେନ୍ଦୁଝର ଏବଂ ଫୁଲବାଣୀର ଏକାଧିକ ସ୍ଥାନରେ ଚାଲିଛି ଚଢାଉ।ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନଭି ହରିହର ରାଓଙ୍କ ବ୍ରହ୍ମପୁର ଭାବିନୀପୁର ସ୍ଥିତ ଦୁଇ ମହଲା କୋଠା, ଭୁବନେଶ୍ଵର ପାତ୍ରପଡ଼ାରେ ଥିବା କୋଠା, ବ୍ରହ୍ମପୁର କମାପଲିରେ ଫ୍ଲାଟ, ଫୁଲବାଣୀରେ ଥିବା ପୈତୃକ ଘରରେ ରେଡ୍ କରିଛି ଭିଜିଲାନ୍ସ।ଏହାସହ ବାଲେଶ୍ଵରରେ ଥିବା ସରକାରୀ ବାସଭବନ, କେନ୍ଦୁଝର ଅଫିସ, ବାଲେଶ୍ଵର ସ୍ଥିତ ଅଫିସ ଚାମ୍ବର, କେନ୍ଦୁଝରରେ ଥିବା ଘର, ବ୍ରହ୍ମପୁର ତୁଳସୀନଗର ଏବଂ ଶାନ୍ତିନଗରରେ ଥିବା ଘର ସମେତ କେନ୍ଦୁଝରରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ଶ। ଭିଜିଲାନ୍ସର ଏହି ରେଡରେ ୧୧ ଡିଏସପିଙ୍କ ସମେତ ୭ ଇନ୍ସପେକ୍ଟର, ୧୧ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ୍ ଭି ହରିହର ରାଓଙ୍କ କାର୍ୟ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରୁଛି। କୁକୁଡ଼ାପଦା ସ୍ଥିତ କାର୍ୟ୍ୟାଳୟ ଓ ସରକାରୀ ବାସଭବନରେ ଚାଲିଛି ଚଢାଉ।