ଭରତପୁର;ଭରତପୁର ଥାନା ରେ ଯେପରି ଭାବରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳା ଙ୍କୁ ନିର୍ଯ୍ୟାତନାଦିଆଗଲା ତାକୁ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହ ଏ ଘଟଣାକୁ ଲୋମହର୍ଷଣ କାରି ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି ।ଥାନା ଭିତରେ ପୋଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶ ର ବିବେକ କୁ ଦୋହଲାଇ ଦେଇଛି.ଓଡିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି ।
ଏହି ନାରକୀୟ ଘଟଣାର ବିଜୁ ଜନତା ଦଳ ଦୃଢ଼ ଭାବରେ ନିନ୍ଦା କରିବା ସହ ଘଟଣା ରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ବିଜେପି ସରକାର ଗ୍ରହଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ତାଙ୍କ ସରକାର ସମୟ ରେ ମୋ ସରକାର ବ୍ୟବସ୍ଥା ଥିଲା.ଏଥିରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କାରି ମନ୍ତୀ ଓ ବରିଷ୍ଠ ଅଧିକାରୀ ମାନେ ଥାନା ଓ ଡାକ୍ତରଖାନା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ନାଗରିକ ମାନଙ୍କ ଠାରୁ କର୍ମଚାରୀ ମାନଙ୍କ ବ୍ୟବହାର ଓ ବୃତ୍ତିଗତ ଦକ୍ଷତା ସଂମ୍ପର୍କ ରେ feedback ସଂଗ୍ରହ କରୁଥିଲେ । ବିଜେପି ସରକାର ଶାସନ କୁ ଆସିବା ପରେ ପରେ ତୁରନ୍ତ ମୋ ସରକାର ପରି ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ବନ୍ଦ କରିଦେଲେ,ଯାହାର ପରିଣାମ ଏବେ ସର୍ବତ୍ର ଦୃଶ୍ୟମାନ ।
ପୁରୀ ରାଜଭବନ ଘଟଣା ରେ ଦାୟିତ୍ୱ ସମ୍ପାଦନ କରୁଥିବା ଜଣେ ସରକାରୀ ଅଧିକାରୀଙ୍କ ବ ଉପରେ ରାଜ୍ୟପାଳଙ୍କ ପୁଅ ଆକ୍ରମଣ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ମନା କରିଦେବା ଦ୍ୱାରା ଏହା ଅପରାଧୀ ମାନଂକୁ ଉତ୍ସାହିତ କରିଛି । ରାଜ୍ୟପାଳ ଙ୍କ ପୁଅ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ପୁଣି ଥରେ ସରକାର ଙ୍କୁ ଅନୁରୋଧ କରୁଛି ।
ଭରତପୁର ଥାନାରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ଉପରେ ଯେଭଳି ଜଘନ୍ୟ ଅତ୍ୟାଚାର କରାଗଲା ତାର କୋର୍ଟ ତତ୍ୱାବଧାନ ରେ SIT ତଦନ୍ତ ସହ ଶ୍ରୀ ପଟ୍ଟନାୟକ ବିଚାରବିଭାଗୀୟ ତଦନ୍ତ ଦାବୀ କରିଛନ୍ତି ।