ଭୁବନେଶ୍ୱର,: ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ । ଦେଶରେ ଆଉ ୬ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁଜ ସଙ୍କେତ ଦେଖାଇ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଟ୍ ୬ଟି ବନ୍ଦେ ଭାରତ ଟ୍ରେନ୍ ମଧ୍ୟରୁ ଓଡ଼ିଶାରେ ଦୁଇଟି ଟ୍ରେନ୍ ଗଡ଼ିଛି । ଅର୍ଥାତ୍ ବ୍ରହ୍ମପୁର-ଟାଟାନଗର ଏବଂ ରାଉରକେଲା-ହାଓଡା ପ୍ରଧାନମନ୍ତ୍ରୀ ଲୋକାର୍ପିତ ହୋଇଛି । ବ୍ରହ୍ମପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସ୍ଥାନୀୟ ବିଧାୟକ, ସାଂସଦ ଏବଂ ଜନପ୍ରତିନିଧିମାନେ ଯୋଗଦେଇଥିଲେ । ବ୍ରହ୍ମପୁରରେ ଶୁଭାରମ୍ଭ ହୋଇଥିବା ଟ୍ରେନଟି ବ୍ରହ୍ମପୁର-ଟାଟାନଗର ପର୍ଯ୍ୟନ୍ତ ଚଳାଚଳ କରିବ । ଏଠାରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ପାଇଁ ମା’ ବୁଢ଼ୀ ଠାକୁରାଣୀଙ୍କ ନିକଟରୁ ଆଜ୍ଞାମାଳ ଅଣାଯାଇଥିଲା । ଆଜ୍ଞାମାଳ ଆସିବା ପରେ ଟ୍ରେନକୁ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ପରେ ଟ୍ରେନଟି ଟ୍ରାକରେ ଗଡ଼ିଥିଲା।