ମହାମହିମଙ୍କ ଅଂଚଳରୁ ପ୍ରଧାନ ମନ୍ତ୍ରୀଙ୍କ ନିକଟକୁ ପଠାଗଲା ରାକ୍ଷୀ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ରାଇରଙ୍ଗପୁର  ମହାମହିମଙ୍କ ଅଂଚଳରୁ 1017 ଭଉଣୀ ଙ୍କ ପ୍ରୀତି ଉପହାରସ୍ୱରୂପ ଗୋଟିଏ  ଗୋଟିଏ ରାକ୍ଷୀ ପ୍ରଧାନ ମନ୍ତ୍ରୀଙ୍କ ନିକଟକୁ ପଠାଗଲା l ରାଇରଙ୍ଗପୁର ଡାକ ଡିଭିଜନ ଏବଂ ବାମନ ଘାଟି ମହିଳା ସମିତିର ମିଳିତ ଉଦ୍ୟମରେ ଭାରତ ବର୍ଷରେ ଏକ ନିଆରା  ଅଦିତ୍ୱୀୟ କାର୍ଯକ୍ରମ ରାଇରଙ୍ଗପୁର ମୁଖ୍ୟ ଡାକ ଘରେ ଅନୁଷ୍ଠିତ ହୋଇଯାଇଛି l ଏକ ସ୍ୱତନ୍ତ୍ର ଖାମରେ ପ୍ରଧାନ ମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଫୋଟ ଥାଇ ତତ ସହିତ ଡାକ ବିଭାଗଦ୍ୱାରା ନିର୍ମିତ ସ୍ୱତନ୍ତ୍ର ପ୍ଲାଷ୍ଟିକ ଖାମରେ ମହିଳାମାନେ ନିଜ ନିଜ ଠିକଣାରେ  ପ୍ରଧାନ ମନ୍ତ୍ରୀଙ୍କ କାର୍ଯାଳୟକୁ ପଠାଇ ଛନ୍ତି l   ଏ କାର୍ଯକ୍ରମରେ ଭାଗ ନେଇଥିବା ଅନୁଷ୍ଠାନ ଗୁଡିକ ହେଲେ ସରକାରୀ ବାଳିକା ବିଦ୍ୟାଳୟ ମହୁଲଡିହା, ସରକାରୀ ବାଳିକା ବିଦ୍ୟାଳୟ ରାଇରଙ୍ଗପୁର, ମହିଳା ମହା ବିଦ୍ୟଦଳୟ ରାଇରଙ୍ଗପୁର, କେରଳା ଇଂରାଜୀ ମାଧ୍ୟ୍ୟମ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅଁଳାଡୁବା, ଏହାଛଡା ଶତାଧିକ ମହିଳା ମଧ୍ୟ କାର୍ଯ୍ୟ କ୍ରମରେ ସାମିଲ ହୋଇଥିଲେ l ସାମିଲ ହୋଇଥିବା  ପ୍ରମୁଖ ମହିଳା ମାନଙ୍କ ମଧ୍ୟରେ ମିନତୀ ବସା, କ୍ରିଷ୍ଣଦେବୀ ସ୍ୱାମୀ, ସୋନାଲି ବିଜୟା ଲଷ୍ମୀ, କଳ୍ପନା ମହାନ୍ତ, ରଂଜିତା ମହାନ୍ତ, ନିରୁପମା ସୋରେନ, ଲଳିତା ବିନ୍ଧାଣି, ସବିତା ବାରିକ, ପୁଷ୍ପା ବେହେରା, ରାଣୀ ମଣ୍ଡଳ, ରାଜଶ୍ରୀ ସିଦ୍ଦୁ, ସତ୍ୟଭାମା ମହାନ୍ତ l ମହିଳା ମାନେ ମହାମହିମଙ୍କ ଉଦ୍ୱେଷ ରେ ପ୍ରଧାମନ୍ତ୍ରୀଙ୍କୁ ଏ ପ୍ରତି ଉପହାର ପଠାଇ ଥିଲେ l

ଏ ନିଆରା କାର୍ଯକ୍ରମର ମୁଖ୍ୟ ପୁରାଧାଥିଲେ ରାଇରଙ୍ଗପୁର ଡାକ ଡିଭିଜନ ର ମୁଖ୍ୟ ଗୌରାଙ୍ଗ ଚରଣ ବେହେରା, ରାମେଶ୍ୱର ହେମ୍ବ୍ରମ ହେଡ଼ ପୋଷ୍ଟ ମାଷ୍ଟର, ଟୀକାନ କୁମାର ଦେବତା ସହକାରୀ ପୋଷ୍ଟ ମାଷ୍ଟର ରାଇରଙ୍ଗପୁର, ଜଗଜିତ ମହାନ୍ତ ସିନିୟର ମ୍ୟାନେଜର l