ସଲମାନଙ୍କ ଫୋନ କଲରେ ଗୋବିନ୍ଦା ଛାଡିଲେ ସିନେମା

(ରିପୋର୍ଟରସ ଟୁଡେ)ଭୁବନେଶ୍ୱର: ସମୟ ଥିଲା ଯେତେବେଳେ ବଲିଉଡ ଛୋଟେମିଆଁ ଗୋବିନ୍ଦା ଜଣେ ବଡ ସୁପରଷ୍ଟାର ଥିଲେ । ତାଙ୍କ ତୁଳନାରେ ସଲମାନ ଖାନ ଅପେକ୍ଷାକୃତ ଛୋଟ । ଖାସକରି ନିର୍ଦ୍ଦେଶକ ଡେଭିଡ ଧୱନ- ଗୋବିନ୍ଦାଙ୍କ ଯୋଡି ବେଶ ଜମିଥିଲା ।ଏଭଳି ସମୟରେ ଦିନେ ସଲମାନ ଖାନ ଗୋବିନ୍ଦାଙ୍କୁ ଫୋନ କର କହିଥିଲେ, ଆଉ କେତୋଟି ହିଟ ଫିଲ୍ମ ଦେବ?ସଲମାନ ଚାହୁଁଥିଲେ ସେ ହିଟ ମେକର ଡେଭିଡ ଧୱନଙ୍କ ସହ ଏକ ଫିଲ୍ମ କରିବେ । ସେତେବେଳେ ଗୋବିନ୍ଦା ଡେଭିଡ ଧୱନଙ୍କ ’ଜୁଡୱା’ ଫିଲ୍ମରେ କାମକରିବେ ବୋଲି ଠିକ ହୋଇଥାଏ । ହେଲେ ସଲମାନଙ୍କ ଅନୁରୋଧରେ ସେ ଏହି ସିନେମା ଛାଡିଥିଲେ ଓ ସେଥିରେ ସଲମାନ ଖାନଙ୍କୁ ନେବା ପାଇଁ ଡେଭିଡଙ୍କୁ ପରାମର୍ଶ ଦେଇଥିଲେ ।ଡେଭିଡ ବି ରାଜିହେଲେ ଓ ଗୋବିନ୍ଦାଙ୍କ ବଦଳରେ ସଲମାନ ଖାନ “ଜୁଡୱା”ରେ ହିରୋ ବନିଲେ ।ଏକଥା ନିଜେ ଗୋବିନ୍ଦା କହିଛନ୍ତି ।