କଟକ: ମହାନଦୀର ଗଡ଼ଗଡିଆ ଘାଟରେ ଅଘଟଣ । ପାଣି ଉଠାଇବା ବେଳେ ମହାନଦୀରେ ଭାସି ନିଖୋଜ କାଉଡିଆ। ନିଖୋଜ ଯୁବକ ଜଣକ ହେଲେ ଭୁବନେଶ୍ୱର ପଟିଆ ଅଞ୍ଚଳର ସୌମ୍ୟରଞ୍ଜନ ପାତ୍ର । ବନ୍ଧୁ ନଦୀରେ ଭାସିଯାଉଥିବା ଦେଖି ସୌମ୍ୟ ନଦୀ ଭିତରକୁ ଡେଇଁପଡିଥିଲେ। ଅଗ୍ନିଶମ ବିଭାଗ ଅଧିକାରୀମାନେ ସୌମ୍ୟଙ୍କ ଅନ୍ୟଜଣେ ବନ୍ଧୁଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ମଧ୍ୟ ସୌମ୍ୟଙ୍କୁ ଉଦ୍ଧାର ହୋଇପାରିନାହାଁନ୍ତି । ସାଙ୍ଗମାନଙ୍କ ସହ ମିଶି ସୌମ୍ୟରଞ୍ଜନ ଗଡ଼ଗଡିଆ ଘାଟକୁ ଜଳଲାଗି ପାଇଁ ପାଣି ଉଠାଇବାକୁ ଆସିଥିଲେ। ନିଜର ଅନ୍ୟଜଣେ ବନ୍ଧୁ ନଦୀରେ ଭାସିଯାଉଥିବା ଦେଖି ସୌମ୍ୟ ନଦୀ ଭିତରକୁ ଡେଇଁପଡିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଅଗ୍ନିଶମ ବାହିନୀ ସୌମ୍ୟଙ୍କ ବନ୍ଧୁ ଜ୍ୟୋତିଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସୌମ୍ୟଙ୍କୁ ଉଦ୍ଧାର କରିପାରିନଥିଲେ। ଏପର୍ଯ୍ୟନ୍ତ ସୌମ୍ୟଙ୍କ କୌଣସି ପତ୍ତା ମିଳିନଥିବା ବେଳେ ଖୋଜାଖୋଜି କରୁଛନ୍ତି ଅଗ୍ନିଶମବାହିନୀ ।