ବିଜେଡିର ୧୬ ଜଣିଆ ମିଡିଆ ଟିମ୍ ଘୋଷଣା

ଭୁବନେଶ୍ୱର: ନୂଆ ମିଡିଆ ଟିମ୍ ଘୋଷଣା କରିଛି ବିଜେଡି । ଦଳ ପକ୍ଷରୁ ୧୬ ଜଣିଆ ମିଡିଆ ଟିମ୍ ଘୋଷଣା କରାଯାଇଛି । ତେବେ ନୂଆ କରି ଘୋଷଣା କରାଯାଇଥିବା ଏହି ଟିମରେ ପ୍ରଶାନ୍ତ ମୁଦୁଲିଙ୍କ ସହ ବ୍ୟୋମକେଶ ରାୟ, ସୁବାସ ସିଂ, ଗୌତମ ବୁଦ୍ଧ ଦାସ, ସାରଦା ଜେନା, ଲତିକା ପ୍ରଧାନଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିଛି । ଏଥିସହ ରମେଶ ବେହେରା, ମନ୍ମଥ ରାଉତରାୟ, ତୁମ୍ବନାଥ ପଣ୍ଡା, ମିହିର ରାୟ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ସୋଫିଆ ଆଲାମ୍, ଇରାନୀ ରାୟ, ବିଶ୍ୱନାଥ ପ୍ରତାପ ସାହୁ ଓ ଯୁବ ନେତା ଅରୁପ ଶ୍ରୀଚନ୍ଦନଙ୍କୁ ଏହି ଟିମରେ ସାମିଲ କରାଯାଇଛି ।