ରାଇରଙ୍ଗପୁର ଠାରେ ୭୮ତମ ସ୍ୱାଧୀନତା ଦିବସ -୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଇରଙ୍ଗପୁର/ ସତ୍ୟାନାରୟଣ  ପାଲ: ଆଜି  ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ଙ୍କ ସଭାପତିତ୍ବ ରେ ରାଇରଙ୍ଗପୁର ଉପଖଣ୍ଡ ରେ ଆଗାମୀ ୭୮ତମ ସ୍ୱାଧୀନତା ଦିବସ -୨୦୨୪ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।  ଉକ୍ତ ବୈଠକ ରେ ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳା ନନ୍ଦ ସାହୁ ଯୋଗ ଦେଇଥିଲେ।  ପ୍ରାରମ୍ଭ ରେ ଉପଜିଲ୍ଲାପାଳ ସଭା ରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ପ୍ରସ୍ତୁତି ବୈଠକ ର ଆଭିମୁଖ୍ୟ ସମ୍ଭନ୍ଧ ରେ ପ୍ରତିପାଦନ କରିଥିଲେ। ଏହା ପରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଦ୍ୱାରା ଚଳିତ ବର୍ଷ  ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତାବିତ କାର୍ଯ୍ୟସୂଚୀ ଉପସ୍ଥାପନ କରାଯାଇଥିଲା।   ପ୍ରତ୍ୟେକଟି ବିଷୟରେ  ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଜାତୀୟ ଦିବସ କୁ ଉପଖଣ୍ଡ ସ୍ତରରେ ସୁନ୍ଦର ତଥା ଆକର୍ଷଣୀୟ ଭାବେ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା।  ତଦନୁସାରେ ଏହି ଜାତୀୟ ଦିବସ ପାଳନ ଅବସରରେ ଆବଶ୍ୟକୀୟ କାର୍ଯ୍ୟ, ଯଥା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ତଥା ଏଥି ପାଇଁ ଉପଯୁକ୍ତ ବିଚାରକ ମଣ୍ଡଳୀ ଗଠନ,  ସେହିପରି ଦିବସ ପାଳନ ଦିନ ଡାକବାଜି ଯନ୍ତ୍ର ଯୋଗେ ସହରାଞ୍ଚଳ ରେ ରାମଧୂନ ପରିବେଷଣ, ପ୍ୟାରେଡ ପଡିଆ ସୁସଜ୍ଜିକରଣ, ଅଭିବାଦନ ମଞ୍ଚ ପ୍ରସ୍ତୁତି, ସହରାଞ୍ଚଳ କୁ ପରିଷ୍କାର  ପରିଚ୍ଛନ୍ନ, ଜଳ ଯୋଗାଣ, ଆନୁଷ୍ଠାନିକ ଉତ୍ସବ କାର୍ଯ୍ୟକ୍ରମ ସମୟରେ ଆକସ୍ମିକ ଦୁର୍ଘଟଣାର ମୁକାବିଲା, ସହରାଞ୍ଚଳ ରେ ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ନିୟନ୍ତ୍ରଣ, ପ୍ୟାରେଡ ପରିଚାଳନା, ଅପାତକାଳୀନ ସ୍ୱାସ୍ଥ୍ୟ ସେବା,ଜାତୀୟ ସଂଗୀତ ପରିବେଷଣ,  ଅତିଥି ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ ଓ ପ୍ରତିଯୋଗିତା ର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ, ଉପଖଣ୍ଡ ଚିକିତ୍ସାଳୟ ର ରୋଗୀ ଏବଂ ଉପ କାରାଗାର ର ଅନ୍ତେବାସୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଫଳ ଓ ବିସ୍କୁଟ ବଣ୍ଟନ ଇତ୍ୟାଦି କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ତଥା ବ୍ୟକ୍ତି ବିଶେଷ ଙ୍କୁ ଉପଜିଲ୍ଲାପାଳ ନିର୍ଦେଶ ଦେବା ସହିତ  ଉପଖଣ୍ଡ ସ୍ତରୀୟ ଏହି ଜାତୀୟ ଦିବସ କୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।  ଅନୁଷ୍ଠିତ ଉକ୍ତ ବୈଠକ ରେ ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ୱନାଥ ବିଶ୍ୱାଳ, ଡେପୁଟି କଲେକଟର ଶ୍ରୀ ମନୋଜ କୁମାର ମହାନ୍ତ, ସହକାରୀ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ନାୟକ ତଥା ଉପଖଣ୍ଡ ସ୍ତରୀୟ ଅନ୍ୟାନ୍ୟ ପଦାଧିକାରୀ ଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଏନ ସି ସି ଅଧକାରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି,ବରିଷ୍ଠ ନାଗରିକ,ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ରଖିଥିଲେ ।  ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ମୟୁରଭଞ୍ଜ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏବଂ ବୈଠକ ପରିଚାଳନା ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ର ଶ୍ରୀ ହରିଶ ଚନ୍ଦ୍ର ମହାପାତ୍ର ଓ ସଂଗ୍ରାମ ବିଶ୍ୱାଳ ସହଯୋଗ କରିଥିଲେ।