ଆସନ୍ତାକାଲି ଅପରାହ୍ନ ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ : ଆସନ୍ତା ୧୫ ତାରିଖରେ ବାହୁଡା ଯାତ୍ରା । ତେବେ ଆସନ୍ତାକାଲି ନବମୀରେ ସନ୍ଧ୍ୟା ସର୍ଶନ । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭକ୍ତମାନେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ । ବାହୁଡାଯାତ୍ରା ପାଇଁ ପୂର୍ବ ପ୍ରସ୍ତୁତି ଥିବାରୁ ସନ୍ଧ୍ୟା ୫ଟା ରୁ ବନ୍ଦ ରହିବ ସର୍ବ ସାଧାରଣ ଦର୍ଶନ । ଏ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ପୁରୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଅନ୍ୟପଟେ ପବିତ୍ର ହେରା ପଞ୍ଚମୀ ଦିନ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆସି ନନ୍ଦିଘୋଷ ରଥର ଚକ ଭାଙ୍ଗିବାପରେ ଆରମ୍ଭ ହୋଇଛି ବାହୁଡା ଯାତ୍ରା ଲାଗି ପ୍ରସ୍ତୁତି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନି ରଥର ଦକ୍ଷିଣ ମୋଡ କରାଯାଇଛି । ଜୁଲାଇ ୧୫ ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ତେବେ ଗତକାଲି ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ ଆରମ୍ଭ ହୋଇଥିଲା । ଅନେକ ଭକ୍ତ , ସେବାୟତ ଓ ପୋଲିସ ବାହିନୀଙ୍କ ସହଯୋଗରେ ରଥ ଟଣାଯାଇଥିଲା । ବର୍ତ୍ତମାନ ରଥଗୁଡିକୁ ଶ୍ରୀ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି ।