ବଡ଼ଚଣା/ବେଦପ୍ରକାଶ ନାୟକ : ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ କୁଞ୍ଜିଆ ବଜାର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ୩ ରଥ ଗଡିଛି ମାଉସୀ ମା ମନ୍ଦିର ବଡ଼ ଘୂମୁରି ଅଭିମୁଖେ। ଦୀର୍ଘ ୨୬ ବର୍ଷ ହେବ ଅନୁଷ୍ଠିତ ହୋଇ ଆସୁଛି ଏହି ଘୋଷ ଯାତ୍ରା ଜ୍ଝ ମନ୍ଦିରରୁ ଗୋଟି ପହଣ୍ଡି ହୋଇ ଚତୁର୍ଦ୍ଧା ମୂର୍ତ୍ତୀ ତିନି ରଥରେ ବିଜେ ହେବା ପରେ, ସେବକ ଉପେନ୍ଦ୍ର ଓଝା ତିନି ରଥରେ ଛେରା ପହଁରା କରିଥିଲେ । ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳୀରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା । ଦେଶର ଦୀର୍ଘତମ ୧୬ ନମ୍ବର ଜାତୀୟ ରାଜପଥରେ ଛତିଆ ଠାରୁ ମହାପ୍ରଭୁଙ୍କ ୩ ରଥ ବାହାରି ବଡ ଘୁମୁରି ଜାହ୍ନ ଗିରୀ ସ୍ଥିତ ମାଉସୀ ମାଙ୍କ ମନ୍ଦିରରେ ପହଞ୍ଚିବ ବୋଲି କହିଥିଲେ ପରିଚାଳନା କମିଟି ସଭାପତି ନିର୍ମଳ ଚନ୍ଦ୍ର ସାମଲ। ରଥ ଯାତ୍ରା କୁ ଅଧିକ ଶୃଙ୍ଖଳିତ କରିବା ଲାଗି ଦର୍ପଣ ତହସିଲଦାର, ବୈରି ପୋର୍ଟ ପୋଲିସ, ବଡ଼ଚଣା ପୋଲିସ, ବ୍ଲକ ପ୍ରଶାସନଅଗ୍ନିଶମ ବାହିନୀ, ମେଡିକାଲ ଟିମ୍, ପକ୍ଷରୁ ସମ୍ପୂର୍ଣ୍ଣ ସଜାଗ ଥିବା ସୂଚନା ଦେଇଥିଲେ ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ।
ଅନ୍ୟମାନଙ୍କ ମଧ୍ୟରେ ଉପ ସଭା ସଭାପତି ଭାଗ୍ୟ ଧର ମଲିକ, ସମ୍ପାଦକ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି, ସହ ସମ୍ପାଦକ ଦୀପକ ସାହୁ, ସମାଜ ସେବୀ ହେମନ୍ତ କୁମାର ଷେଣ୍ଢ, ମୁଖ୍ୟ କାରିଗର ନିରଞ୍ଜନ ମହାରଣା ଓ ବସନ୍ତ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଏବଂ ତିନି ରଥ ୧୧ କିଲୋମିଟର ରାସ୍ତା ଅତିକ୍ରମ କରୁଥିବା ବେଳେ ଜାତୀୟ ରାଜପଥ ମାତ୍ରା ୪ କିଲୋମିଟର ରାସ୍ତା ଅତିକ୍ରମ କରିସାରି ଥିବା ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା ଏବଂ ସେହି ସମୟରେ ପୋଲିସ୍ ପ୍ରଶାସନ ଓ ଭକ୍ତ ମାନେ ବର୍ଷା କୁ ଖାତିର ନକରି ବର୍ଷାରେ ଓଦା ହୋଇ ରଥ ଦଉଡି଼ ଟାଣି ନେଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।