ଭୁବନେଶ୍ୱର :ଆଜିଠୁ ରାଜ୍ୟରେ ସ୍ୱାଭାବିକ ଭାବେ ଖୋଲିଲା ସ୍କୁଲ । ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ହେବ କ୍ଲାସ । ଖରାଛୁଟି ପରେ ରାଜ୍ୟରେ ଗତ ୧୮ ତାରିଖରୁ ସ୍କୁଲ ଖୋଲିଥିଲେ ମଧ୍ୟ ପ୍ରବଳ ଗ୍ରୀଷ୍ଣପ୍ରବାହ ଯୋଗୁ ସ୍ବାଭାବିକ ସ୍କୁଲ ହୋଇପାରୁନଥିଲା । ଜିଲ୍ଲାପାଳଙ୍କ ଉପରେ ସ୍କୁଲ ଛୁଟି ନିଷ୍ପତ୍ତି ରହିଥିଲା । ଅନେକ ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଥିବାବେଳେ କିଛି ଜିଲ୍ଲାରେ ସ୍ଥାନୀୟ ପାଣିପାଗ ସ୍ଥିତି ଅନୁସାରେ ସ୍କୁଲ ଛୁଟି ଘୋଷଣା ହୋଇଥିଲା । ତେବେ ସାରା ରାଜ୍ୟକୁ ମୌସୁମୀ ଛୁଇଁବା ସହ ଏବେ ଖରା କମିଛି । ଏଣୁ ଆଜି ସ୍ବାଭାବିକ ଭାବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ସ୍କୁଲ ସ୍ବାଭାବିକ ହେବାର କୌଣସି ଅସୁବିଧା ହେବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।