ଭୁବନେଶ୍ୱର: ଟ୍ରାଇଡେଣ୍ଟ ଗ୍ୟଲେକ୍ସି ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣଘଟଣା । ଅପହରଣ ହୋଇଥିବା ମହିଳାଙ୍କର ମିଳିଲା ପରିଚୟ । ତାଙ୍କ ନାଁ ସ୍ମୃତି ରେଖା ପାଣି ବୋଲି ଜଣାପଡିଛି । ତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ମାମଲା ଋଜୁ କଲା ଚନ୍ଦକା ଥାନା ପୋଲିସ । ତେବେ ଅପହରଣକାରୀ ମାନେ ଅପହରଣ କରିବା ପରେ କୋଟିଏ ଟଙ୍କା ମାଗୁଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ଏନେଇ ଚନ୍ଦକା ଥାନା ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ଖୋଳତାଡ଼ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ମହିଳା ଜଣଙ୍କ ୨୦୧୫ମସିହାରେ ବିବାହ କରିଥିଲେ । କୌଣସି କାରଣ ପାଇଁ ସ୍ୱାମୀଙ୍କୁ ଛାଡି ଦୁଇ ବର୍ଷ ହେବ ବାପାଙ୍କ ଘରେ ରହୁଥିଲେ । ଗତକାଲି ବାଣୀବିହାର ନିକଟରେ ଥିବା ସତସଙ୍ଗ ବିହାର କୁ ଅପରାହ୍ନ ୩ ଟା ବେଳେ ଯାଇଥିଲେ ଉକ୍ତ ମହିଳା । ସେବେଠୁ ଆଉ ଘରକୁ ଫେରି ନଥିବା ବେଳେ ଏବେ ଅପହରଣ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ବାପା । ତେବେ ଅପହରଣ ପଛରେ ପ୍ରେମ ବ୍ୟାପାର ଥାଇ ପାରେ ବୋଲି ଅନୁମାନ କରୁଛି ପୋଲିସ । ଅପହରଣ ହୋଇଥିବା ମହିଳାଙ୍କୁ ପୋଲିସ ଉଦ୍ଧାର କରିବା ପରେ ଅପହରଣ ପଛର କାରଣ ଜଣା ପଡିବ ବୋଲି କହିଛି ପୋଲିସ ।