ଭୁବନେଶ୍ୱରରେ ସପ୍ତାହ ଭିତରେ ଖୋଲିବ ଚାଉଳ ATM

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଚାଉଳ ATM ଖୋଲିଯିବ । ଭୁବନେଶ୍ୱରରେ ସପ୍ତାହ ଭିତରେ ଚାଉଳ ATM  ଖୋଲିବ । ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ATM କାର୍ଡ ଦିଆଯି । ସାରା ଭାରତରେ ସବୁଠି ଏହି କାର୍ଡ ବ୍ୟବହାର ହୋଇପାରିବ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ଜିଲ୍ଲାରେ ଗୋଟିଏ ଚାଉଳ ATMସେଣ୍ଟର ଖୋଲାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ପ୍ରାୟ ୫୦ ଲକ୍ଷ ଫଲ୍ସ ବା ଭୂତ ରାସନ କାର୍ଡ ହିତାଧିକାରୀ ଅଛନ୍ତି । ସେମାନଙ୍କୁ ଚିହ୍ନଟ କରି କାର୍ଡ ହଟାଯାଇ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ।