ବାଲେଶ୍ୱରରେ ବଳବତ୍ତର ରହିବ କର୍ଫ୍ୟୁ କିନ୍ତୁ ୪ଘଣ୍ଟା ପାଇଁ କର୍ଫ୍ୟୁ କୋହଳ

ବାଲେଶ୍ୱର: ଆଜି ମଧ୍ୟ ରାତ୍ରି ପର୍ଯ୍ୟନ୍ତ ବାଲେଶ୍ୱରରେ ବଳବତ୍ତର ରହିବ କର୍ଫ୍ୟୁ । ଗତକାଲି ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା ପରେ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଅବଧି ବଢାଇ ଦିଆଯାଇଛି । ତେବେ ଆଜି ସକାଳ ୭ ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ କର୍ଫ୍ୟୁ ସାମାନ୍ୟ କୋହଳ କରାଯାଇଛି । ଏହି ୪ଘଣ୍ଟା କୋହଳ ସମୟରେ ସାଧାରଣ ଲୋକ ଜରୁରୀ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ଛନ୍ତି । ଜରୁରୀ କାଳୀନ ସେବା ପାଇଁ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲା ରହିବ । ଏହାସହ ବାଲେଶ୍ୱରରେ ବ୍ରଡବ୍ୟାଣ୍ଡ , ମୋବାଇଲ ଇଣ୍ଟରନେଟ ଓ ଡାଟା ସର୍ଭିସ ବନ୍ଦ ରହିଛି ।
ଗତକାଲିର ବୈଠକ ପରେ ଇଣ୍ଟରନେଟ ଲିଜ ଲାଇନ ଖୋଲିବାକୁ ଗୃହ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ଏବେ ନିୟନ୍ତ୍ରଣାଧୀନ ରହିଛି ବାଲେଶ୍ୱରର ସ୍ଥିତି । କିନ୍ତୁ ସ୍ୱାଭାବିକ ହୋଇ ନାହିଁ । ପୋଲିସ ଛାଉଣୀରେ ରହିଛି ସହର । ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗତକାଲି ୧ କମ୍ପାନୀ ବିଏସଏଫ ଫୋର୍ସ ପହଞ୍ଚିଥିବା ବେଳେ ଆଜି ଆଉ ୫ କମ୍ପାନୀ ଫୋର୍ସ ପହଞ୍ଚିବେ ।ଏପର୍ଯ୍ୟନ୍ତ ୩୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୦ ରୁ ଅଧିକ ମାମଲା ରୁଜୁ ହୋଇଥିବା ଏସପି ସାଗରକା ନାଇ କହିଛନ୍ତି ।