ଭୁୁବନେଶ୍ୱର : କଟକ ଜିଲ୍ଲା କଂଗ୍ରେସ ସଂଗଠନକକୁ ସୁଦୃଢ଼ ତଥା କ୍ରିୟାଶୀଳ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କଟକ ଜିଲ୍ଲା କଂଗ୍ରେସ କମିଟିର ଆଡହକ ସଭାପତି ଭାବରେ ପୂର୍ବତନ ବିଧାୟକ ଶ୍ରୀ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ବରିିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଶ୍ରୀ ମଲ୍ଲିକ ଆଗାମୀ ଦିନରେ ନୂତନ ଦାୟିତ୍ୱକୁ ସୂଚାରୁ ରୂପେ ସମ୍ପାଦନ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।