ବରମୁଣ୍ଡା ଅଞ୍ଚଳରେ ବୋମା ମାଡ ; ଦୁର୍ବୃତ୍ତ ଫେରାର

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀରେ ବୋମାମାଡ । ଖଣ୍ଡଗିରି ଥାନା ଏୟାରପୋର୍ଟ ପଛ ରାସ୍ତାରେ ଏହି ବୋମାମାଡ଼ ଘଟିଛି । ବୋମାମାଡରେ ଏକ ସ୍କ୍ରୋପିଓ ଗାଡି ଜଖମ ହୋଇଛି ।  ଗାଡିଟି ନୟାପଲ୍ଲୀ ରାଜେଶ ସାମନ୍ତ ସିଂହର ଙ୍କର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।  ଏ ସମ୍ପର୍କରେ ଘଟଣା ସ୍ଥଳରୁ କାହାକୁ ପାଇନି ଖଣ୍ଡଗିରି ପୋଲିସ । ଗାଡି କିଏ ଚଳାଉଥିଲା , ବୋମାମାଡ଼ କିଏ କଲା ସେ ସମ୍ପର୍କରେ ତଦନ୍ତ କରୁଛି ଖଣ୍ଡଗିରି ପୋଲିସ ।   ଏହି ଗଣ୍ଡଗୋଳ ଘଟଣା ପୂର୍ବ ଶତ୍ରୁତାରୁ ଘଟିଥିବା ପୋଲିସ ସୂଚନା ଦେଇଛି ।