ମାଲକାନଗିରି: ପୋଲିସ ଏନକାଉଣ୍ଟରରେ ଟଳିପଡିଲା ହାର୍ଡକୋର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଅଞ୍ଚଳରେ ପୋଲିସକୁ ମିଳିଛି ସଫଳତା । ସୁକମା ଜିଲ୍ଲା ଟେଟରାଇ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଗୁଳିବିନିବୟ ବେଳେ ଜଣେ ହାର୍ଡକୋର ମାଓବାଦୀ ନିହତ । ମାଓବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୁକମା ଏସପି କିରଣ ଚୌହାନଙ୍କ ସୂଚନା ଅନୁଯାୟୀ ବିଣେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଓ ଡିଆରଜି ଯବାନ ଟେଟରାଇ ଟୋଲନଇ ଜଙ୍ଗଲରେ ଚଢାଉ କରିଥିଲେ । ସର୍ଚ୍ଚ ଅପେରେସନ ପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବେଲି କୁହାଯାଇଛି ।