ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର :୨୦ ଲକ୍ଷ ଟଙ୍କା ଜବତ କଲା ପୋଲିସ । କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳରୁ ଏହି ଟଙ୍କାକୁ ପୋଲିସ ଜବତ କରିଥିବା କୁହାଯାଉଛି । ବଡ଼ବିଲ ଥାନା କିରିବୁରୁ ଛକ ଓ ସାଧୁ ସିଂ ଛକରେ ପୋଲିସ ଯାଞ୍ଚ ବେଳେ ୨ଟି ବାଇକ୍ ରୁ ୧୨ ଲକ୍ଷ ଟଙ୍କା ଓ ଗୋଟିଏ ବୋଲେରୋ ଗାଡ଼ିରୁ ୮ ଲକ୍ଷ ଟଙ୍କା ଜବତ କରିଛି ପୋଲିସ କ୍ଷ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ବଡ଼ବିଲ ପୋଲିସ ଯାଞ୍ଚ ସମୟରେ ଭଦ୍ରାସାହି ଛକରୁ ୨୦ ଲକ୍ଷ ଟଙ୍କା ଜବତ କରିଥିଲା । ନିର୍ବାଚନକୁ ଦୃଷ୍ଟିରେ ରଖି ଗତ କିଛି ଦିନ ହେଲା ପୋଲିସ ପକ୍ଷରୁ ସମଗ୍ର ଜିଲ୍ଲାରେ ଯାନବାହାନ ଯାଞ୍ଚ କଡ଼ାକଡ଼ି କରାଯାଇଛି ।