ଅନୁଗୋଳ : ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର। ପ୍ରଚାର ସମୟରେ ଉପସ୍ଥିତ ଜନ ସାଧାରଣଙ୍କୁ ଉଦବୋଧନଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏତେ ଖରାରେ ଏତେ ଦୂରରୁ ଆସିଥିବାରୁ ଉପସ୍ଥିତ ବିଶାଳ ଜନସମାବେଶକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ। ବିରୋଧୀ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବି.ଏସ୍.କେ.ୱାଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍ସନ ଯୋଜନା, ଚାଉଳ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଜନମତ ନେଲେ। ନବୀନ ପଟ୍ଟନାୟକ ଭଲ କି ? ‘ହଁ’ ରେ ପ୍ରତିଧ୍ୱନିତ ହେଲା ସଭାସ୍ଥଳ। ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣା ବିଜୁଳି ଦେବ, ଆପଣମାନେ ଖୁସି ତ ? ମା ସମଲେଇଙ୍କ ପ୍ରକଳ୍ପ କାମ ଭଲ ହୋଇଛି ତ ? ପୁରୀ ପରିକ୍ରମା ପ୍ରକଳ୍ପ ଭଲ ହେଇଛି ତ ? ବହୁତ ଭଲ ବୋଲି ଉଚ୍ଛ୍ୱସିତ ସ୍ୱରରେ ଉତ୍ତର ଦେଲେ ଜନତା । ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ।
ଏହାପରେଶ୍ରୀ ପାଣ୍ଡିଆନ , ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣମାନଙ୍କ ଭଲପାଇବା ଓ ଜୋଶ୍ ଦେଖି ଏ ମାଟିର ପୁଅ କେନ୍ଦ୍ରମନ୍ତ୍ରୀ ଡରିକି ନିଜକୁ କୋରିଅର କରିଦେଲେ ସମ୍ବଲପୁରକୁ। ପ୍ରଧାନ ମନ୍ତ୍ରୀ ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ, ଦୁଇ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ଆସି କହୁଛନ୍ତି, ଓଡ଼ିଶାକୁ ଏକ ନମ୍ବର କରିବେ, ତେଣୁ ସେମାନେ କୁହନ୍ତୁ, ତାଙ୍କ ରାଜ୍ୟକୁ କ’ଣ କରିବେ ? କେନ୍ଦ୍ର ଗୃହମନ୍ତ୍ରୀ ଯାଇ କର୍ଣ୍ଣାଟକରେ କହୁଛନ୍ତି, କର୍ଣ୍ଣାଟକକୁ ଏକ ନମ୍ୱର କରିବେ, ତେଲେଙ୍ଗାନାରେ ମଧ୍ୟ ସେ ଯାଇ କହୁଛନ୍ତି, ତେଲେଙ୍ଗାନାକୁ ଏକ ନମ୍ୱର କରିବେ । ପ୍ରଥମେ ଆଗ ସେମାନଙ୍କ ପାର୍ଲାମେଣ୍ଟାରି ପାର୍ଟି ବୈଠକ କରି ନିଷ୍ପତ୍ତି ନିଅନ୍ତୁ, କେଉଁ ରାଜ୍ୟକୁ ଏକ ନମ୍ୱର କରିବେ ? ତା’ପରେ ଏଠାକୁ ଆସି, ଓଡ଼ିଶାର ଏକ ନମ୍ୱର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନିଅନ୍ତୁ । ଗୁଜରାଟକୁ ଏକ ନମ୍ୱର କରିପାରିଲେ କି ? ଓଡ଼ିଶା ୧ ନମ୍ବର ହେବ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସହଯୋଗରେ। ଯେଉଁ ରାଜ୍ୟମାନଙ୍କରେ ଡବଲ ଇଞ୍ଜିନ ଚାଲୁଥିଲା, ସବୁ ବନ୍ଦ ହୋଇଗଲାଣି । ଜୁନ ୯ ତାରିଖରେ ୧୧.୩୦ରୁ ଗୋଟାଏ ମଧ୍ୟରେ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍ ଛାଡ୍, ଓଡ଼ିଶାର ୯୦ ପ୍ରତିଶତ ପରିବାର ଉପକୃତ ହେବେ, ଏହା ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି, ଜୁଲାଇରୁ ବିଜୁଳି ବିଲ ଆସିବନାହିଁ। ନବୀନ ବାବୁଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପିକୁ କରେଣ୍ଟ ଲାଗିଲାଣି, କହୁଛନ୍ତି ସୋଲାର ପ୍ୟାନେଲ ବସାଇ ମାଗଣା ବିଜୁଳି ଦେବେ, ଏଥିପାଇଁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ, ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ଦଳ। ଦ୍ୱିତୀୟ ଦସ୍ତଖତରେ ବି.ଏସ୍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ। ତୃତୀୟ ଦସ୍ତଖତ ହେବ ୬୦ ବର୍ଷ ପରେ ମିଶନ ଶକ୍ତି କର୍ମୀ ଓ ସଭ୍ୟ ମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା। ଏହି ତିନୋଟି ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି, ଏହାକୁ ଘରେ ଘରେ ପହଞ୍ଚାନ୍ତୁ। ବାହାରୁ ଆସି ନବୀନ ବାବୁଙ୍କୁ ଅସମ୍ମାନିତ କରୁଥିବା ବ୍ୟକ୍ତିମାନଙ୍କୁ କଡ଼ା ଜବାବ ଦିଅନ୍ତୁ। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ୱନ୍ଧରେ ଜନମତ ସଂଗ୍ରହ କଲେ।