ମେଡ଼ିକାଲରୁ ଚମ୍ପଟ୍ ରୋଗୀର ମୃତ ଦେହ ଉଦ୍ଧାର

କୋଇଡା /  ଆଶିଷ  ବିଶ୍ୱାଳ   : ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଡି.ଡି.ଏମ ଅଫିସ କାର୍ଯ୍ୟାଳୟ ଡ୍ରେନ ପାର୍ଶ୍ଵରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର। ବ୍ୟକ୍ତି ଜଣକ ତିନି ଦିନ ହେଲା କୋଇଡା ମେଡିକାଲ ରେ ଚିକିତ୍ସା ହୋଇ ଆସୁଥିଲେ। ଗଲା କାଲି ଚିକିତ୍ସା ଧୀନ ଅବସ୍ଥାରେ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଫେରାର ଥିଲେ। ବ୍ୟକ୍ତି ଜଣକ ନେପାଳ ଦେଶ ରୁ ଆସି କୋଇଡା ଅଞ୍ଚଳରେ ରହି ଦୀର୍ଘ ପଚିଶ ବର୍ଷ ହେବ ଏଠି ସେଠୀ କାମ କରି ନିଜ ପେଟ ପୋଷି ଆସୁଥିଲେ। ଘଟଣା ସ୍ଥଳରେ କୋଇଡା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଅଧିକ ତଦନ୍ତ ଚଳାଇଛି। ମେଡିକାଲରୁ ଫେରାର ପରେ କେଉଁ କାରଣରୁ ବ୍ୟକ୍ତିଜଣକ ର ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି।