ପାଣି ସମସ୍ୟା ପାଇଁ ହାଣ୍ଡି ମାଠିଆ ଧରି ରାଜରାସ୍ତାରେ ବସିଲେ ଗ୍ରାମବାସୀ

ବିଷମ କଟକ /ରବିନ୍ଦ୍ର କୁମାର ସାହୁ : ଆମକୁ ପିଡିଏସ୍ ଚାଉଳ ପଛେ ନଦିଅ ପାଣିଦିଅ ବଲି ପାଣିପାଇଁ ରାଜରାସ୍ତାରେ ହାଣ୍ଡି ,ମାଠିଆ ଧରି ଧାରଣାରେ ବସିଲେ ଗ୍ରାମବାସୀ । ଏଭଳି ଘୋଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ପଟ୍ଟାମୁଣ୍ଡା ଗ୍ରାମଠାରେ । ଦିର୍ଘ ଦିନ ହେବ ପାଣି ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ବିଷମକଟକ ବ୍ଲକ ପ୍ରଶାସନକୁ ଜଣାଇଥିଲେ । ହେଲେ କେହି ନ ଶୁଣିବାରୁ ଆଜି ବାଧ୍ୟହୋଇ ରାଜରାସ୍ତାରେ ହାଣ୍ଡି , ମାଠିଆ ଧରି ଫଟାମୁଣ୍ଡା ଗ୍ରାମର ସମସ୍ତ ଗ୍ରାମବାସୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଆମକୁ ପିଡିଏସ୍ ଚାଉଳ ପଛେ ନଦିଅ ପାଣି ଦିଅ ବୋଲି କହି ରାଜରାସ୍ତାରେ ଗ୍ରାମବାସୀ ବସିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ  RWSS ବିଭାଗର କନିଷ୍ଠ ଯନ୍ତ୍ରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାସତ୍ତ୍ବେ ମଧ୍ୟ ଗ୍ରାମବାସୀ ବୁଝିବାକୁ ନାରାଜ ଥିଲେ। ପାଣି ନ ଦେବା ପର୍ଯ୍ୟନ୍ତ ଆମେ ଧାରଣାରେ ଉଠିବୁ ନାହିଁ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଲୋକେ। ଶେଷରେ ବିଷମ କଟକ ଜଳସେଚନ ବିଭାଗର ର କନିଷ୍ଟ ଜନ୍ତ୍ରି ରଜସ୍ୱରି ପାଣିଗ୍ରାହୀ ଙ୍କ ଲିଖିତ ସମାଧାନ ପ୍ରତିଶ୍ରୁତି ଦେଲାପରେ ଗ୍ରାମବାସୀ ଧାରଣା ରୁ ଓହରି ଥିଲେ ।