ଭୁବନେଶ୍ବର: ବିଜେପିରେ ଯୋଗ ଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ଆସି ପଦ୍ମ ଧରିଲେ ପର୍ଶୁରାମ ଧଡ଼ା । ବିଜେଡ଼ିରୁ ଟିକେଟ ନମିଳିବାରୁ କିଛି ଦିନ ତଳେ ବିଜେଡ଼ି ଛାଡିଥିଲେ ପର୍ଶୁରାମ ।
ସୂଚନା ଅନୁଯାୟୀ, ୨୦୧୯ରେ ସୋରରେ BJD ଟିକେଟ ରେ ଲଢ଼ି ଜିତିଥିଲେ ପର୍ଶୁରାମ । ତେବେ ୨୦୦୯ ନିର୍ବା ଚନରେ ସୋରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ମାତ୍ର ୩୬୦ ଭୋଟ ରେ ପରାଜିତଜି ହୋଇଥିଲେ । ପରେ ବିଜେଡ଼ିରେ ଯୋଗଦେଇ ୨୦୧୪ ଏବଂ ୨୦୧୯ରେ ବିଧାନସଭାକୁ ନିର୍ବା ଚିତ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେଡ଼ି ସୋରରୁ ମାଧବ ଧଡ଼ାଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ପର୍ଶୁରାମ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ । ଏବେ ସେ ପୁଣି ବିଜେପି ଦଳରେ ଯୋଗ ଦେଇଛନ୍ତି।