ଭୁବନେଶ୍ୱର: ପାଖେଇ ଅସୁଛି ସାଧାରଣ ନିର୍ବାଚନ ଚଳଚଞ୍ଚଳ ରାଜନେତା । କମ୍ପୁଛି ପ୍ରଚାର ମଇଦା ଆଉ ଏହାରି ଭିତରେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କରିବେ ନବୀନ । ଆଜି ଦୁଇଟି ସଭା ଜରିଆରେ ଜନତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ହିଂଜିଳିକାଟୁ ଏବଂ ସେରଗଡ଼ରେ ଜନତାଙ୍କୁ ସମ୍ବୋଧନ କରିବେ। ସେହିପରି ୨୫ ତାରିଖରେ ରାୟଗଡ଼ାରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ବିଜେଡି ନେତା ଭି.କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହିବେ । ରବିବାର ବିଜେଡି ଷ୍ଟାର ପ୍ରଚାରକ ତାଲିକା ଜାରି କରିଥିଲା । ଏଥିରେ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ରହିଛନ୍ତି ।