ଟାଙ୍ଗୀ ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିରରେ ପାଳନ ହେଉଛି ଶ୍ରୀରାମ ଜୟନ୍ତୀ

ଟାଙ୍ଗୀ / ରାକେଶ  କୁମାର  ଜଗଦେବ  : ସାରା ଦେଶରେ ଆଜି ପାଳନ  ହେଉଛି ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ରଙ୍କର  ଜନ୍ମ ତିଥି ।  ସେଥିପାଇଁ ସାରା ଦେଶରେ ଜୟ ଶ୍ରୀରାମ ଧ୍ଵନି ରେ  ମୁଖରିତ ।  ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିର ରେ  ଆନନ୍ଦ ଉଲ୍ଲାସ ର ପାଳନ ହୋଇ ଯାଇଅଛି ଶ୍ରୀରାମ ଜୟନ୍ତୀ । ବଡି ଭୋର ସମୟରେ ଦ୍ୱାର ଫିଟା ନୀତି ସମ୍ପନ୍ନ ହେବାପରେ ପ୍ରଭୂ ଶ୍ରୀରାମ, ମାତା ସୀତା ଓ ଭ୍ରାତା ଲକ୍ଷ୍ମଣ ଙ୍କର ପ୍ରସ୍ତର ମୃର୍ତିକୁ ସ୍ନାନ ନୀତି କରାଯାଇ ନବ ବସ୍ତ୍ର ପରିଧାନ କରାଯାଇଥିଲା ।  ପରେ ଧୂପ ଦୀପ ନୈବେଦ୍ୟ ଅର୍ପଣ କରାଯାଇ ଶୁଖୁଲି ଭୋଗ ଲାଗି କରାଯାଇଛି ।  ଏହା ପରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର , ମାତା ସୀତା ଓ ଭ୍ରାତା ଲକ୍ଷ୍ମଣ ଙ୍କୁ ଭକ୍ତ ମାନେ ଦର୍ଶନ କରୁଛନ୍ତି ।  ଗୋଟିଏ ସ୍ଥାନରେ ତିନି ମୂର୍ତ୍ତିଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ଲାଭ କରୁଛନ୍ତି ।  ଏହା ସହ  ଯେଉଁ ଭକ୍ତ ମାନେ ଶ୍ରୀରାମ ଚନ୍ଦ୍ରଙ୍କର ବ୍ରତ ପାଳନ କରିଛନ୍ତି ସେମାନେ ପ୍ରଭୁଙ୍କ ନିକଟରେ ଭୋଗ ଲାଗି କରିବା  ପରେ ପ୍ରସାଦ ସେବନ କରି  ବ୍ରତ ପାଳନ କରୁଛନ୍ତି । ଆଜି ଦିନ ସାରା ମନ୍ଦିର ରେ ଭକ୍ତ ମାନଙ୍କର ଗହଳ ଚହଳ ଲାଗି ରହିଛି ।  ଭକ୍ତଙ୍କର ଭିଡ଼କୁ ନଜରରେ ରଖି   ଆଜି ସନ୍ଧ୍ୟା ରେ ଭକ୍ତ ମାନଙ୍କ ପାଇଁ  ମନ୍ଦିର କମିଟି ପକ୍ଷରୁ  ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଅଛି ।