ଭୁବନେଶ୍ଵର: ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ସାମୟିକ ଆଶ୍ୱସ୍ତି । ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ(ଓଆରଏଚଡିସି) ଦୁର୍ନୀତି ମାମଲାରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ସାମୟିକ ଆଶ୍ଵସ୍ତି ମିଳିଛି। ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ ଆତ୍ମସମର୍ପଣରୁ ଛାଡ଼ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଏନେଇ ଏପ୍ରିଲ ୨୨ରେ ପରବର୍ତ୍ତୀ ଶୁଣାଣି ହେବବେଲେି କହିଛନ୍ତି। ସେପର୍ୟ୍ୟନ୍ତ ମୋକିମଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବନାହିଁ। ସୂଚନା ଅନୁଯାୟୀ , ଓଆରଏଚଡିସି ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡ ହାଇକୋର୍ଟ କାଏମ ରଖିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମହମ୍ମଦ ମୋକିମ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଓଆରଏଚଡିସି ଦୁର୍ନୀତି ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଏପ୍ରିଲ ୧୦ ରାୟକୁ କଟକ ବିଧାୟକ ମହମ୍ମଦ ମୋକିମ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ୧୯ ବର୍ଷ ପୂର୍ବର ଓଏଚଆରଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ମେଟ୍ରୋ ବିଲଡର୍ସ ପ୍ରାଇଭେଟ ଲିମିଟେଡ଼ର ତତ୍କାଳୀନ ପରିଚାଳନା ନିର୍ଦେଶକ ମହମ୍ମଦ ମୋକିମଙ୍କୁ ଦେଇଥିବା ୩ ବର୍ଷ ଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଥିଲେ।