ଉମରକୋଟ/ ମନୋଜ କୁମାର ନାୟକ: ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ଉମେରକୋଟ ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ ଆସନ୍ତା ବିଧାନ ସଭା ଓ ଲୋକ ସଭା ନିର୍ବାଚନ ଆୟୋଜନ ନିମନ୍ତେ ପୋଲିସ ପ୍ରଶାସନ ତରଫରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।ନବରଙ୍ଗପୁର ଏସପି ରୋହିତବର୍ମା ଙ୍କ ନିର୍ଦ୍ଧେଶ କ୍ରମେ ଉମରକୋଟ ପୋଲିସ ଏସ ଡି ପି ଓ ଙ୍କ ନେତୃତ୍ୱରେ CRPF ଯବାନ ଙ୍କ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ମୁନିସିପାଲିଟି ଓ ବ୍ଲକ୍ ସଦର ର ସମସ୍ତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଆଗାମୀ ନିର୍ବାଚନକୁ ନେଇ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିବା ବେଳେ ସମ୍ବେଦନଶୀଳ ବୁଥ ଗୁଡିକରେ ଶାନ୍ତି ପୂର୍ଣ୍ଣ ମତଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ଅସାମାଜିକ କାର୍ଯ୍ୟ କଳାପ ଓ ବେଆଇନ ମଦ ବିକ୍ରି ବନ୍ଦ୍ କରାଯିବା ଉପରେ ଗୁରୁତ୍ଵ ଦିଆଯିବ।ଏଥି ସହ ବିଭିନ୍ନ ପ୍ରକାରର ଅପରାଧ, ନିର୍ବାଚନୀ ହିଂସା ଉପରେ ପୋଲିସର କଡା ନଜର ରହିବ ବୋଲି ଉମେରକୋଟ ଏସଡିପିଓ ମଧୁଶିକ୍ତା ମିଶ୍ର ପ୍ରକାଶ କରିଛନ୍ତି । ଏସଡିପିଓ ମଧୁ ଶିକ୍ତା ମିଶ୍ର ଙ୍କ ସହ ଆଇଆଇସି ଡମ୍ବରୁ ଧର ପ୍ରଧାନ ଓ CRPF କମାଡାଣ୍ଟ ଅଜୟ କୁମାର ଙ୍କ ସମେତ ଉମେରକୋଟ ତହସିଲଦାର ମେଘବାନ ବାଘ, ବିଡ଼ିଓ ଉମରକୋଟ ପ୍ରୀତି ରଞ୍ଜନ ରଥ , ସବ ଇନସପେକ୍ଟର ଶିବଜି ପଣ୍ଡା, ଅକ୍ଷୟ ମିଶ୍ର, ପି କେ ମିଶ୍ର, ସୌମେନ୍ଦ୍ର ସେଠ,ଥାନାର ପୋଲିସ କର୍ମଚାରୀ,ଦୁଇ ପ୍ଲାଟୁନ CRPF ଯବାନ ଓ ଗୋଟିଏ ପ୍ଲାଟୁନ ଆଇଆରବି ଯବାନ ଏହି ଫ୍ଲାଗ ମାର୍ଚ୍ଚରେ ଯୋଗ ଦେଇଥିଲେ।