ଭୁବନେଶ୍ୱର: ଆଜି ହେଉଛି ଏପ୍ରିଲ ମାସ ୧୧ ତାରିଖ । ଏହି ଦିନ ଛେନାପୋଡର ସ୍ରଷ୍ଟ୍ରା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଜୟନ୍ତୀ । ତେଣୁ ଏହି ଦିନକୁ ବିଶ୍ୱ ଛେନାପୋଡ ଦିବସ ଭାବରେ ପାଳନ କରାଯାଉଛି । ଏହା ହେଉଛି ୩ୟ ତମ ବିଶ୍ୱ ଛେନାପୋଡ ଦିବସ । ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ଅଧିକ ଲୋକପ୍ରିୟ
ନୟାଗଡରେ ଛେନାପୋଡ ଦିବସକୁ ପାଳନ କରୁଛି ହେଲପିଙ୍ଗ ହ୍ୟାଣ୍ଡ ନାମରେ ଏକ ସ୍ୱେଛାସେବୀ ଅନୁଷ୍ଠାନ । ସଂନ୍ଧ୍ୟା ୬ ଟାରେ ନୟାଗଡ ସହର ପୁରୁଣା ଦୁର୍ଗା ମଣ୍ଡପଠାରେ ଏହାକୁ ଆଡମ୍ବରରେ ପାଳନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଛି । ସେହିଭଳି ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଜୟନ୍ତୀକୁ ଛେନାପୋଡ ଦିବସ ଭାବରେ ପାଳନ କରାଯାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସୁଦର୍ଶନଙ୍କ ପରିବାର ଲୋକ ।