ନୟାଗଡ଼: ଖଣ୍ଡପଡ଼ା ଅଞ୍ଚଳର କଣ୍ଟେଇମୁଣ୍ଡି ବାଇଗଣ କୁ ଜିଆଇ ଟ୍ୟାଗ୍ । ଏନେଇ ନୟାଗଡ଼ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଜିଆଇ ଟ୍ୟାଗ୍ ପ୍ରମାଣପତ୍ର ପାଇଲା ଖଣ୍ଡପଡ଼ା ଅଞ୍ଚଳର କଣ୍ଟେଇମୁଣ୍ଡି ବାଇଗଣ । ୫୩୭ ନମ୍ବରରେ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ନୀଳମାଧବ କୃଷି ସଙ୍ଗଠନ ବାଣପୁରକୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଚେନାଇରେ ଥିବା ଏହି କାର୍ୟ୍ୟାଳୟରୁ ଖଣ୍ଡପଡ଼ାର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ କରିଛି । ନୟାଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଓ ଓୟୁଏଟିର ମିଳିତ ଉଦ୍ୟମରେ ଜିଆଇ ଟ୍ୟାଗ୍ ପାଇଁ ଦରଖାସ୍ତ ଗ୍ରହଣ କରାଯାଇଥିଲା । ଜାନୁଆରୀ ମାସ ୨ ତାରିଖରେ ଏହା ଘୋଷଣା କରାଯାଇଥିଲା । ଆଜି ପ୍ରମାଣପତ୍ର ମିଳିଥିବା ସୂଚନା ରହିଛି ।