କୋରାପୁଟ/ ସଞ୍ଜୟ କୁମାର ପାଣି: ସମସ୍ତ କଳ୍ପନା ଜଳ୍ପନା ଅବସାନ ଘଟିଛି । ଶେଷରେ ଜାତୀୟ କଂଗ୍ରେସ ଦଳ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପବିତ୍ର ସାଉଁନ୍ତାଙ୍କ ଉପରେ ଭରସା କରି ଟିକଟ୍ ଘୋଷଣା କରିଛି । ଏନେଇ ତାଙ୍କ ଲକ୍ଷ୍ମୀପୁର ସ୍ଥିତ ବାସଭବନରେ ଶୁଭେଚ୍ଛା ସୁଅ ଛୁଟିଥିଲା। କଂଗ୍ରେସ ଦଳର ବିଧାୟକ ଟିକଟ୍ ଘୋଷଣା ପରେ କଂଗ୍ରେସ ଦଳ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ଏହା ପରେ ପରସ୍ପର ମଧ୍ୟ ମିଠା ଖୁଆଇ ମିଠା ବାଣ୍ଟି ବାଜା ବଜାଇ ବାଣ ଫୁଟାଇ ସମର୍ଥକ ନାଚି ନାଚି ପ୍ରଥମେ ଓଡ଼ିଶାର ସାଢେ଼ ଚାରି କୋଟି ଜନସାଧାରଣଙ୍କ ଆରାଧ୍ୟା ଦେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଯାଇ ପୂଜା ଅର୍ଚ୍ଚନା ଶୋଭାଯାତ୍ରା ବାହାରି ଲକ୍ଷ୍ମୀପୁର ସ୍ଥିତ ଡଃ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ପବିତ୍ର ସାଉଁନ୍ତା