ପାଉଁଶକୁଲି ରେ “କିଓରବେ ଇ- କ୍ଲିନିକ୍ ” ଉଦଘାଟିତ

 ଅଜିତ କୁମାର ସାହୁ / ବସ୍ତା: ବାଲେଶ୍ଵର ଜିଲା ବସ୍ତା ବ୍ଲକ ପାଉଁଶକୁଲି ମାର୍କେଟ ରେ “କିଓରବେ ଇ- କ୍ଲିନିକ୍ ” ସେଣ୍ଟର ଉଦଘାଟନ ହୋଇଯାଇଛି। ସର୍କଲ ହେଡ ସତ୍ୟଜିତ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ପାଉଁଶକୁଲି ପଞ୍ଚାୟତ ର ସରପଞ୍ଚ ବିନ୍ଦୁ ବାଳା ସେନାପତି ଫିତା କାଟି ଶୁଭ ଉଦ୍ଘାଟନ କରିଥିବା ବେଳେ , ଅତିଥି ଭାବେ ତାଡ଼ଦା ପଞ୍ଚାୟତ ର ସରପଞ୍ଚ ପ୍ରଭାତ କୁମାର ଦାସ, ସମାଜସେବୀ ଶିଶିର ସେନାପତି, ପୂର୍ବତନ ସରପଂଚ  ଅଜୟ କୁମାର ସାହୁ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଗ୍ରାମାଞ୍ଚଳ ଓ ପଛୁଆ ଅଞ୍ଚଳରେ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ସୁଲଭ ଓ ରିହାତି ମୁଲ୍ୟରେ

ଗୁଣାତ୍ମକ ସ୍ଵାସ୍ଥ୍ୟ ସେବା ଯୋଗାଇ “କିଓରବେ” ଏକ ବିପ୍ଳବ ଆଣିଛି । ଯାହା ଦ୍ୱାରା ମୁଖ୍ୟତଃ ଗ୍ରାମାଞ୍ଚଳ ରହୁଥିବା ଲୋକେ କମ  ଖର୍ଚ୍ଚରେ ଅଧିକ ଉପକୃତ ହୋଇ ପାରିବେ। ଚିକିତ୍ସା ସେବା ପାଇଁ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ଙ୍କୁ ଗୋଟିଏ ମେଡିକାଲରୁ ଆଉ ଗୋଟିଏ ମେଡିକାଲ କୁ ଦୌଡିବାକୁ ପଡ଼ିବନି। ନିଜ ଅଞ୍ଚଳରେ ହାତ ପାଆନ୍ତାରେ ଗୋଟିଏ ଛାତ ତଳେ ଉନ୍ନତ ଚିକିତ୍ସା ମିଳିପାରିବ । ବହୁମୁଖି ଉନ୍ନତ ଗୁଣାତ୍ମକ ସ୍ଵାସ୍ଥ୍ୟ ସେବା ତ୍ୱରାନ୍ୱିତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ । ଏହି ଅବସରରେ କିଓର୍ ବେ ପକ୍ଷ ରୁ  ସମସ୍ତ କର୍ମକର୍ତ୍ତା  ଉପସ୍ଥିତ ରହି  ମାଗଣା ପ୍ରାଥମିକ ସ୍ବାସ୍ଥ୍ୟ ସେବା ପ୍ରଦାନ କରିଥିବା ବେଳେ, ଫାର୍ମାସିଷ୍ଟ  ରାଜଶ୍ରୀ ସେନାପତି ଧନ୍ୟବାଦ୍ ଅର୍ପଣ କରିଥିଲେ।