ଭୁବନେଶ୍ୱର: ନୟାପଲ୍ଲୀ ବ୍ରିଟ କଲୋନୀରେ ହୋଲି ଦିନ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ମାମଲାରେ ଆଠ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ରହିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗଣ୍ଡଗୋଳରେ ବ୍ୟବହୃତ ଖଣ୍ଡା ,ଭ ୁଜାଲି, ଠେଙ୍ଗା , ବାଇକ ଜବତ କରିଛି ପୋଲିସ । ହୋଲି ସନ୍ଧ୍ୟାରେ ନୟାପଲ୍ଲୀ ବ୍ରିଟ କଲୋନୀରେ ଘଟାଇଥିଲେ ଆତଙ୍କ ରାଜ । ମୋଟ ଉପରେ ଏ ନେଇ ୪ଟି କେସ ରୁଜୁ କରାଯାଇଥିଲା । ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ଗାଧୋଇବାକୁ ନେଇ ସୃଷ୍ଟି ହୋଇଥିଲା ଝଗଡା । ପରବର୍ତ୍ତି ସମୟରେ ଏହା ଉଗ୍ର ରୂପ ନେଇଥିଲା । କିଛି ଯୁବକ ସନ୍ଧ୍ୟା ସମୟରେ ଆସ ଆତ୍ରମଣ କରିଥିଲେ । କିଛି ନିରୀହ ଲୋକ ମଧ୍ୟ ଏହି ଆକ୍ରମଣ ର ଶିକାର ହୋଇଥିଲେ । ପରବର୍ତ୍ତି ସମୟରେ ଘଟଣାସ୍ଥଳରୁ ସିସିଟିଭି ଜବତ କରାଯାଇଥିଲା । ଯାହାର ଆଧାରରେ ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।