ବଢିଚାଲିଛି ସୁନା ଦର, ୧୦ ଗ୍ରାମକୁ ୭୦ ହଜାର

ନୂଆଦିଲ୍ଲୀ: ବଢ଼ିଚାଲିଛି ସୁନା ଦର । ସର୍ବାଧିକ ସ୍ତରରେ ପହଞ୍ଚିଲା ସୁନା ଦର । ୧୦ଗ୍ରାମ ୨୪କ୍ୟାରେଟ ସୁନା ଦାମ ଗୋଟିଏ ଦିନରେ ୭୦୦ଟଙ୍କା ବଢିବା ପରେ ୬୯ହଜାର ୭ଶହ ଟଙ୍କା ଉପରେ ରହିଥିବା ବେଳେ ୧୦ଗ୍ରାମ ୨୨କ୍ୟାରେଟ ସୁନାର ଦାମ ୬୨ହଜାର ୮ଶହ ହଜାର ରହିଛି । ଦର ବୃଦ୍ଧି ପରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୩ ହଜାର ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ ସୁନା ଦର ୬୮ହଜାର ୭୩୦ ଟଙ୍କା ହୋଇଛି । ତେବେ ଚେନ୍ନାଇରେ ସବୁଠାରୁ ଦର ଅଧିକ ରହିଛି । ଚେନ୍ନାଇରେ ୨୨ କ୍ୟାରେଟ ସୁନା ଦର ୬୩ ହଜାର ୯୦୦ ଟଙ୍କା ହୋଇଛି । ସେହିପରି ୨୪ କ୍ୟାରେଟ ସୁନା ଦର ୬୯ ହଜାର ୭୧୦ ଟଙ୍କରାରେ ପହଞ୍ଚିଛି । ତେବେ ବିବାହ ଋତୁ ଚାଲିଥିବାରୁ ସୁନା ଦର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ଗୋଟିଏ ଦିନରେ ପ୍ରାୟ ୧୪ଶହ ଟଙ୍କା ବଢ଼ିଛି ସୁନା ଦର ।