ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଖାତା ଦେଖା ଆଜିଠାରୁ ଆରମ୍ଭ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାର ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ୫୫ଟି କେନ୍ଦ୍ରରେ ମୂଲ୍ୟାୟନ ହେବାକୁ ଥିବାବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖାତା ଦେଖାରେ ୧୫ହଜାରରୁ ଅଧିକ ଶିକ୍ଷକ ନିୟୋଜିତ ହେବେ। ପୂର୍ବ ନିଷ୍ପତି ଅନୁସାରେ ଗୁରୁବାର କିଛି ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ହୋଇଥିବା ବେଳେ ଅନ୍ୟ କେନ୍ଦ୍ର ଗୁଡିକରେ ଆଜି ଉପସ୍ଥିତ ରହି ମୂଲ୍ୟାୟନ ଆରମ୍ଭ କରିବେ। ୧୪ ଦିନ ଚାଲିବ ଏହି ଖାତା ଦେଖା। ଏଥର ୫ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି।ଏଥିସହିତ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ଯମା ଓ ୭ ହଜାର ୮୩୧ ପରୀକ୍ଷାର୍ଥୀ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଛନ୍ତି। ଗତ ଫେବୃଆରୀ ୨୦ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ରେ ଶେଷ ହୋଇଥିଲା।