ବୃଷଭର ଚିକିତ୍ସା କରାଇଲେ ଗ୍ରାମବାସୀ

ଅସ୍ତରଙ୍ଗ/ଆର୍ଯ୍ୟ ବିଶ୍ୱାଳ: ବୃଷଭ, ସେ ହେଉଛି ଦେବ ଦେବ ମହାଦେବ ଙ୍କର ବାହାନ।  ଆମେ ଯେତେବେଳେ ପ୍ରଥମେ ଶିବ ମନ୍ଦିର କୁ ଯାଉ ପ୍ରଥମେ ବୃଷଭ କୁ ନମସ୍କାର କରୁ, ତା ପରେ ଦେବ ଦେବ ମହାଦେବ ଙ୍କୁ ପୂଜାର୍ଚ୍ଚନା କରୁ।  କିନ୍ତୁ ଏହି ମନ୍ଦିର ର ବୃଷଭ ଟିଏ ପଥର ର।   ଯାହାକୁ ପଣ୍ଡିତ ମାନେ ବେଦ ମନ୍ତ୍ର ରେ ଜୀବଦାନ କରନ୍ତି।  କିଛି ମହାପୁରୁଷ ମାନେ ମଧ୍ୟ କହିଛନ୍ତି ଜୀବନ୍ତ ଭାବେ ବୃଷଭ ବୁଲୁଛନ୍ତି।   ଏମାନଂକୁ ଖାଦ୍ୟ ପେୟ ଦେଇ ତାଙ୍କ ସେବା କରିବା ଦ୍ୱାରା ଅନେକ ଗ୍ରହ ଶାନ୍ତି ହୁଅନ୍ତି।  କାରଣ ଏମାନେ ମହାଦେବ ଙ୍କ ଜୀବନ୍ତ ସ୍ୱରୂପ ବୋଲି ଆଧ୍ୟାତ୍ମିକ ମତ ରହିଅଛି।   ଆମେ ଆଜି ସେହିଭଳି ଏକ ଜୀବନ୍ତ ବୃଷଭ କଥା ଆଜ୍ଞା କହୁଛୁ, ଅସ୍ତରଙ୍ଗ ବ୍ଲକ ବାଲିପାଟଣା ଅଞ୍ଚଳ ରେ ଏକ ବୁଲା ବୃଷଭ କୁ କେହି ଜଣେ ଦୁବୃତ୍ତ ମାରଣାସ୍ତ୍ର ରେ ନିର୍ମମ ଭାବେ ଆହତ କରିଛି।   ଯାହାକୁ ନେଇ ଷଣ୍ଢ ଟିଏ ଜୀବନ ମରଣ ଅବସ୍ଥା ରେ ସଂଘର୍ଷ କରୁଛି।   ଅତ୍ୟଧିକ ରକ୍ତସ୍ରାବ କାରଣ ରୁ ଅସହ୍ୟ କଷ୍ଟ ମଧ୍ୟ ଅନୁଭବ କରୁଛି।   ଗ୍ରାମ ବାସୀ ସେହି ରାସ୍ତା ଦେଇ ମନ୍ଦିର ଯିବା ବେଳେ ଏହି ଷଣ୍ଢ ଟିକୁ ଦେଖିବାକୁ ପାଇଥିଲେ।   ଆଉ ମନ୍ଦିର ଯିବା ବନ୍ଦ କରି ସମସ୍ତେ ଏକାଠି ହୋଇ ଜୀବନ୍ତ ବୃଷଭ କୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡ଼ିଥିଲେ।

ପ୍ରାୟ ୩ ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ପରେ ଶେଷ ରେ ସେମାନେ ବୃଷଭ ଟିକୁ ଆୟତ୍ତ କରିଥିଲେ।  ସ୍ଥାନୀୟ ପଶୁ ଚିକିତ୍ସା କେନ୍ଦ୍ର ର ତିନି ଜଣିଆ ଟିମ୍ ମଧ୍ୟ ଏଥିରେ ସାମିଲ ଥିଲେ।   ଜୀବନ ବିକଳ ରେ ଷଣ୍ଢ ଟିଏ ଶେଷ ରେ ଲୋକ ଙ୍କ ଦ୍ୱାରା ଆୟତ୍ତ ହୋଇଥିଲା।  ଆଉ ପଚାଶ ରୁ ଉର୍ଦ୍ଧ ଗ୍ରାମ ବାସୀ ତାଙ୍କୁ ଚିକିତ୍ସା କରିଥିଲେ।

ହଁ ଆଜ୍ଞା ପବିତ୍ର ଶିବରାତ୍ରି ରେ ଏଭଳି ମହାନ କାର୍ଯ୍ୟ କରିଛନ୍ତି ବାଲିପାଟଣା ଗ୍ରାମ ବାସୀ।   ସାଧାରଣତଃ ଧୀରେ ଧୀରେ ଚାରଣ ଜମି, ଜମି ମାଫିଆ ଙ୍କ କବ୍ଜା କୁ ଯିବାରେ ଲାଗିଛି।  ଚାରଣ ପଶୁ ଯିବେ ଵା କୁଆଡେ, କାହା ଚାଷ ଜମି କୁ ଖାଦ୍ୟ ଅନେଶ୍ୱଣ ରେ ଯାଉଛନ୍ତି।   ଯାହା ଫଳରେ ଏଭଳି ମୃତ୍ୟୁବତ ପରିସ୍ଥିତି ରେ ପଡୁଛନ୍ତି।  ସତରେ ଆମେ ପଥର ବୃଷଭ କୁ ପାର୍ଥନା କରୁ, କିନ୍ତୁ ଜୀବନ୍ତ ବୃଷଭ ପାଇଁ ଗ୍ରାମବାସୀ ଙ୍କ ଏଭଳି ଉଦ୍ୟମ କେବଳ ଆଧ୍ୟାତ୍ମିକ ନୁହେଁ ବରଂ ସାମାଜିକ କ୍ଷେତ୍ର ରେ ଅନେକ ପ୍ରଶଂସା ମିଳିଛି।