ଗଜପତି / ବିବେକାନନ୍ଦ ବେହେରା : ଦିର୍ଘ ବର୍ଷ ଧରି ଗଜପତି ଜିଲ୍ଲା- ମୋହନା ବ୍ଲକକୁ ଏନ.ଏ.ସି ର ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀଙ୍କ ପ୍ରଚେଷ୍ଟା ସତ୍ତ୍ୱେ ଏନ୍.ଏ.ସି ମାନ୍ୟତାରୁ ବଞ୍ଚିତ ହୋଇଥିଲା । ପରେ ମୁଖ୍ୟମନ୍ତ୍ରୀ ଓ ଭି.କେ ପାଣ୍ଡିଆନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମୋହନା ଅଂଚଳବାସୀ । କିନ୍ତୁ କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଏନ୍.ଏ.ସି ଘଷଣା ଲିଷ୍ଟରେ ମୋହନା ବ୍ଲୋକର ନାମ ନ ଥିବାରୁ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ଅଞ୍ଚଳବାସୀ । ହାଇ ସ୍କୁଲ୍ ଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଆରମ୍ଭ କରିଥିଲେ ମୋହନା ଅଞ୍ଚଳବାସୀ ପରେ ସହର ପରିକ୍ରମା କରି ବ୍ଲକ ଅଫିସ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହାସହିତ ଯଦି ଆଗାମୀ ୧୦ ତାରିଖ ଭିତରେ ମୋହନାକୁ ଏନ୍.ଏ.ସି ର ମାନ୍ୟତା ନ ମିଳେ ତେବେ ଏହାର ପରବର୍ତ୍ତୀ ସମୟରେ ତୀବ୍ର ଆନ୍ଦୋଳନ ସହ ଭୋଟ୍ ବର୍ଜନ ହେବବୋଲି କହିଥିଲେ ଅଞ୍ଚଳବାସୀ ।