କିଛି ଦିନ ବ୍ୟବଧାନ ପରେ ପୁଣି ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ନିଜ ଦାବିରେ ଅଟଳ ଚାଷୀ । ଦେଶର ବିଭିନ୍ନ ଅଞ୍ଚଳରୁ ଏକତ୍ରିତ ହୋଇ ଆଜି ଠାରୁ ପୁଣି ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିଛନ୍ତି ଚାଷୀ । କିଛି ଦିନ ବ୍ୟବଧାନ ପରେ ପୁଣି ଦିଲ୍ଲୀ ମୁହାଁ ହୋଇ ସରକାର ଉପରେ ସେମାନଙ୍କ ଦାବି ପୂରଣ ନେଇ ଚାପ ପକାଇବେ । ଏପରିକି ଦାବି ପୂରଣ ନହେବା ଯାଏ ଏହି ଆନ୍ଦୋଳନ ଜାରି ରଖାଯିବ ବୋଲି କହିଛନ୍ତି କୃଷକ ନେତା ଜଗଜିତ ସିଂ ଦାଲେୱାଲ ।
ସୂଚନା ଅନୁଯାୟୀ , ଏହାଛଡ଼ା ୧୦ତାରିଖରେ ଦେଶବ୍ୟାପୀ ରେଳରୋକ କରାଯିବ । ଚାଷୀଙ୍କ ଦାବି ପ୍ରସଙ୍ଗରେ ସାରା ଦେଶରେ ଦିନ ୧୨ଟାରୁ ଅପରାହ୍ନ ୪ଟା ଯାଏ ରେଳରୋକ କରାଯିବ । ସନ୍ଦେଶଖାଲି ପୀଡିତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗି ଆଇନଗତ ଗ୍ୟାରେଣ୍ଟି, ସ୍ୱାମୀନାଥନ କମିଶନ ସୁପାରିସ କାର୍ୟ୍ୟକାରୀ, ବିଦ୍ୟୁତ ଦେୟ ନ ବଢାଇବା, ୬୦ବର୍ଷରୁ ଅଧିକ ଚାଷୀ ଓ କୃଷି ଶ୍ରମିକଙ୍କୁ ମାସିକ ୧୦ହଜାର ଟଙ୍କାର ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼ ନେଇ ଚାଲିଛି ଆନ୍ଦୋଳନ ।